Latest Odisha News

BREAKING NEWS

ଟେଲି ସୋ’; ପୁଣି ଥରେ ‘ଅନୁପମା’ର ରେକର୍ଡ ଭାଙ୍ଗିଲା ‘ଗୁମ୍‌ ହୈ କିସିକେ ପ୍ୟାର୍‌ ମୈ’

ମୁମ୍ବାଇ: ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ଗୁମ୍ ହୈ କିସିକେ ପ୍ୟାର୍ ମୈ ପୁଣି ଥରେ ରେଟିଂ ଚାର୍ଟ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି ସିରିଏଲ୍‌ ‘ଅନୁପମା। ପୁଣି ଥରେ ଅନୁପମାର ରେକର୍ଡ ଭାଙ୍ଗିଲା ‘ଗୁମ୍‌ ହୈ କିସିକେ ପ୍ୟାର୍‌ ମୈ’।

ତଥ୍ୟ ଅନୁଯାୟୀ ସିରିଏଲ୍‌, ‘ଗୁମ୍‌ ହୈ କିସିକେ ପ୍ୟାର୍‌ ମୈ’ ହେଉଛି ତୃତୀୟ ସପ୍ତାହ ପାଇଁ କ୍ରମାଗତ ଭାବରେ ସର୍ବାଧିକ ଦେଖାଯାଉଥିବା ଟେଲିଭିଜନ୍ ସୋ।

୮.୩୯ ମିଲିୟନ୍ ଇମ୍ପ୍ରେସନ୍ ସହିତ ‘ଗୁମ୍‌ ହୈ କିସିକେ ପ୍ୟାର୍‌ ମୈ’ ଏହି ସପ୍ତାହରେ ଏକ ନମ୍ବର ଶୋ ହୋଇପାରିଛି। ନୀଲ ଭଟ୍ଟ ଏବଂ ଆୟେଶା ସିଂଙ୍କ ଅଭିନୀତ ଏହି ଶୋକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।

ରୁପାଲି ଗାଙ୍ଗୁଲିଙ୍କ ଅଭିନୀତ ସୋ ଅନୁପମା, ‘ଗୁମ୍‌ ହୈ କିସିକେ ପ୍ୟାର୍‌ ମୈ’କୁ କଡ଼ା ମୁକାବିଲା କରିଥିଲେ ମଧ୍ୟ ଶୀର୍ଷ ସ୍ଥାନ ଫେରିପାରି ନାହିଁ। ୮.୩୭ ମିଲିୟନ୍ ଇମ୍ପ୍ରେସନ୍ ସହିତ ଏହି ସୋ ସପ୍ତାହର ଦ୍ୱିତୀୟ ସର୍ବାଧିକ ଦେଖାଯାଇଥିବା ଶୋ ହୋଇଛି।

Leave A Reply

Your email address will not be published.