ମୁମ୍ବାଇ: କ୍ରିକେଟର ଶୁଭମନ ଗିଲ ନିକଟରେ ଏକ ସାକ୍ଷାତକାରରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ମୁଁ ଏବେ କାହାକୁ ଡେଟ କରୁ ନାହିଁ । ୩ ବର୍ଷ ହେବ ମୁଁ ଏକୁଟିଆ ଅଛି । ମୋର ଯେଉଁମାନଙ୍କ ସହିତ ନାମ ଯୋଡାଯାଉଛି ସେଥିରେ ମୋର କିଛି ଭୂମିକା ନାହିଁ । ଏହି ସାକ୍ଷାତକାରରେ ଗିଲ କିନ୍ତୁ ଧୀର ସ୍ୱରରେ କହିଥିଲେ, ବୋଧହୁଏ ମୁଁ ସାରାଙ୍କୁ ଡେଟ କରୁଥିଲି । ଗିଲଙ୍କ ନାମ ସାରା ଅଲୀ ଖାଁ, ସାରା ତେନ୍ଦୁଲକର ଓ ଅବନୀତ କୌରଙ୍କ ସହ ଯୋଡାଯାଇଛି । ଗିଲ କିନ୍ତୁ ସାରା ଅଲୀଙ୍କ ନାଁ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ ।
କଫି ୱିଦ କରନରେ ମଧ୍ୟ ସାରାଙ୍କୁ ଗିଲଙ୍କ ସହ ସମ୍ପର୍କ ନେଇ ପଚରା ଯାଇଥିଲା । ସେତେବେଳେ ସେ କରନଙ୍କୁ କହିଥିଲେ, ଆପଣ ଭୁଲ ସାରାଙ୍କୁ ପ୍ରଶ୍ନ ପଚାରୁଛନ୍ତି । ସେବେଠାରୁ ସାରା ତେନ୍ଦୁଲକରଙ୍କ ସହ ଗିଲ ନାମ ଯୋଡା ଯାଇଥିଲା । ଗିଲ କିମ୍ବା ସାରା ତେନ୍ଦୁଲକର ସେମାନଙ୍କ ସମ୍ପର୍କ ନେଇ କୌଣସି ପ୍ରକାର ବୟାନ ଦେଇ ନ ଥିଲେ । ଗିଲଙ୍କ ସ୍ୱୀକାରୋକ୍ତି ପରେ ସାରା ତାଙ୍କ ଆଡେ ଢ଼ଳୁଛନ୍ତି କି ନାହିଁ ତାହା ଦେଖିବା କଥା ।
Comments are closed.