ଅହମ୍ମଦାବାଦ: ଭାରତୀୟ ଓପନର ଶୁଭମନ ଗିଲ ଆଇସିସି ଦିନିକିଆ ର୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଗତ ସପ୍ତାହରେ ସେ ତୃତୀୟ ସ୍ଥାନରେ ରହିଥିଲେ । ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜାମ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଆଜମଙ୍କ ରେଟିଂ ପଂଏଟ ୭୮୬ ଥିବା ବେଳେ ଗିଲ ତାଙ୍କଠାରୁ ୫ ପଂଏଟ ପଛରେ ରହିଛନ୍ତି । ଏହା ପରୋକ୍ଷରେ ବାବରଙ୍କ ଶୀର୍ଷ ସ୍ଥାନ ଉପରରେ ବିପଦ ସୃଷ୍ଟି କରିଛି । ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି । ସେ ୭୭୩ ରେଟିଂ ପଂଏଟ ହାସଲ କରିଛନ୍ତି । ବିରାଟ କୋହଲି ୭୨୮ ପଂଏଟ ସହ ଷଷ୍ଠ ସ୍ଥାନରେ ରହିଛନ୍ତି ।
ଅନ୍ୟ ଭାରତୀୟଙ୍କ ମଧ୍ୟରେ ଶ୍ରେୟାଶ ଆୟାର ୧୦ମ ସ୍ଥାନରେ ରହିଛନ୍ତି । ବୋଲିଂରେ ଆଫଗାନିସ୍ତାନର ରଶିଦ ଖାଁ ଶୀର୍ଷ ସ୍ଥାନରେ ରହିଛନ୍ତି । ଭାରତୀୟ ବୋଲରଙ୍କ ମଧ୍ୟରେ କୂଲଦୀପ ଯାଦବ ୫ମ ଓ ମହମ୍ମଦ ସିରାଜ ୧୦ମ ସ୍ଥାନରେ ରହିଛନ୍ତି । ଅଲରାଉଣ୍ଡର୍ସଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି । ଜାଡେଜା ୧୦ମ ସ୍ଥାନରେ ରହିଥିବା ବେଳେ ଆଫଗାନିସ୍ତାନର ମହମ୍ମନ ନବୀ ପ୍ରଥମ ସ୍ଥାନରେ ରହିଛନ୍ତି ।
Comments are closed.