ନୂଆଦିଲ୍ଲୀ: ୪୫୦ କୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତି ମାମଲାରେ ଗୁଜରାଟର ସିଆଇଡି କ୍ରିକେଟର ଶୁଭମନ ଗିଲଙ୍କ ସମେତ ୪ଜଣ କ୍ରିକେଟରଙ୍କ ନାମରେ ସମନ ଜାରୀ କରିଛି । ଯଦି ସେମାନେ ଏଥିରେ ଦୋଷୀ ସାବ୍ୟସ୍ତ ହେବେ ତାହାହେଲେ ଦଣ୍ଡିତ ହୋଇ ପାରନ୍ତି । ଗୁଜରାଟ ଟାଇଟାନ୍ସର ଅଧିନାୟକ ଗିଲଙ୍କ ବ୍ୟତୀତ ଅନ୍ୟ ୩ଜଣ କ୍ରିକେଟର ହେଲେ ରାହୁଲ ଟେୱାଟିଆ, ମୋହିତ ଶର୍ମା ଓ ସାଈ ସୁଦର୍ଶନ । ଏହି ଠକେଇର କିଙ୍ଗପିନ ଭୂପେନ୍ଦ୍ର ସିଂ ଜାଲାଙ୍କୁ ପଚରା ଉଚରା ବେଳେ ସେ ଉପରୋକ୍ତ ୪ଜଣ କ୍ରିକେଟରଙ୍କ ନାମ ପ୍ରକାଶ କରିଛନ୍ତି । ଯାହାକୁ ନେଇ ସିଆଇଡି ସମନ ଜାରୀ କରିଛି ।
ଗିଲ ୧.୯୫ କୋଟି ଟଙ୍କା ଏହି ଠକେଇ ଯୋଜନାରେ ଇନଭେଷ୍ଟ କରିଥିଲେ । ଅନ୍ୟ ୩ଜଣ କ୍ରିକେଟର କମ ଅର୍ଥ ଇନଭେଷ୍ଟ କରିଛନ୍ତି । ଇତି ମଧ୍ୟରେ ଜାଲାଙ୍କ ଆକାଂଉଟ ପରିଚାଳନା କରୁଥିବା ଋଷିକ ମେହେଟ୍ଟାଙ୍କୁ ମଧ୍ୟ ଗିରଫ କରାଯାଇଛି । ୨୦୨୦ରୁ ୨୪ ମଧ୍ୟରେ ୧୧୦୦୦ ଇନଭେଷ୍ଟର ବିଜେଡ ଫାଇନାନ୍ସିଆଲ ସର୍ଭିସେସ ମାଧ୍ୟମରେ ଟଙ୍କା ଲଗେଥଇଥିଲେ । ଜାଲା ସେମାନଙ୍କ ଅର୍ଥକୁ ବ୍ୟକ୍ତିଗତ ଫାଇଦାରେ ଲଗାଇ ୧୦୦୦ କୋଟିରୁ ଊର୍ଦ୍ଧ୍ୱ ସମ୍ପତି କରିଛନ୍ତି ।
Comments are closed.