Latest Odisha News

BREAKING NEWS

ରୋହିତଙ୍କ ଅବସର ସମ୍ପର୍କରେ ଏହା କହିଲେ ଗିଲ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଫାଇନାଲ ପୂର୍ବରୁ ଭାରତର ଉପ ଅଧିନାୟକ ଶୁଭମନ ଗିଲ ଅଧିନାୟକ ରୋହିତ ଶର୍ମାଙ୍କ ଅବସର ସମ୍ପର୍କରେ ସ୍ଥିତି ସ୍ପଷ୍ଟ କରିଛନ୍ତି । ରୋହିତ କଣ ଫାଇନାଲ ମ୍ୟାଚ ପରେ ଅବସର ନେବେ କି ପ୍ରଶ୍ନର ଉତରରେ ସେ କହିଥିଲେ, ଏହି ବିଷୟ ନେଇ କୌଣସି ଆଲୋଚନା ହୋଇନି । ଆମେ ଏବେ ସମସ୍ତେ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ ସମ୍ପର୍କରେ ଆଲୋଚନା କରୁଛି । ଭାରତ କିପରି ଚାମ୍ପିୟନ ହେବ ସେଥିପ୍ରତି ସମସ୍ତଙ୍କ ଧ୍ୟାନ ରହିଛି । ମୁଁ କିମ୍ବା ଦଳର ଅନ୍ୟ କୌଣସି ଖେଳାଳିଙ୍କ ସହ ରୋହିତ ତାଙ୍କ ଅବସର ସମ୍ପର୍କରେ କୌଣସି ଆଲୋଚନା କରି ନାହାନ୍ତି । ମ୍ୟାଚ ପରେ ସେ କଣ ନିଷ୍ପତି ନେବେ ତାହା ତାଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଛି ।

ଟେଷ୍ଟ କ୍ରିକେଟରେ କ୍ରମାଗତ ଖରାପ ପ୍ରଦର୍ଶନ ନେଇ ରୋହିତ ଚୟନ କମିଟିଙ୍କ ରାଡାରରେ ଅଛନ୍ତି । ଏକ ରିପୋର୍ଟ ଅନୁସାରେ ରୋହିତ ଏବଂ ବିରାଟ କୋହଲିଙ୍କ ପରେ ଜଣେ ଚାମ୍ପିୟନ୍ସ ଟ୍ରଫି ପରେ ଅବସର ନେଇପାରନ୍ତି । ରୋହିତଙ୍କ ଫିଟନେସ ନେଇ ମଧ୍ୟ ଆଲୋଚନା ହେଉଛି । ଗତ ବର୍ଷ ଭାରତ ରୋହିଙ୍କ ନେତୃତ୍ୱରେ ଟି୨୦ ବିଶ୍ୱକପ ଜିତିବା ପରେ ରୋହିତ, କୋହଲି ଓ ରବୀନ୍ଦ୍ର ଜାଡେଜା ଏଥିରୁ ଅବସର ଘୋଷଣା କରିଥିଲେ ।

Comments are closed.