Latest Odisha News

BREAKING NEWS

ଗିଲଙ୍କ ସ୍ୱଦେଶ ପ୍ରତ୍ୟାବର୍ତନ ପଛରେ ରହିଛି ଅଲଗା କାରଣ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପର ଗ୍ରୁପ ଷ୍ଟେଜ ମୁକାବିଲା ପରେ ଶୁଭମନ ଗିଲ ଓ ଆଭେଶ ଖାଁ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ । ହଠାତ କାହିଁକି ଶୁଭମନଙ୍କୁ ସ୍ୱଦେଶ ପଠାଇ ଦିଆଗଲା ତାର କାରଣ ଏବେ ଜଣାପଡିଛି । ରିପୋର୍ଟ ମୁତାବକ ଶୁଭମନ ଆମେରିକାରେ ଟିମ ସହିତ ଆଦୌ ସମୟ ଦେଇ ନ ଥିଲେ । ସେ ତାଙ୍କ ବ୍ୟବସାୟରେ ବ୍ୟସ୍ତ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଏହା ବ୍ୟତୀତ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କୁ ସେ ଇନଷ୍ଟାଗ୍ରାମରେ ଅନଫଲୋ କରିଛନ୍ତି । ରୋହିତ ଏବଂ ଟିମ ଇଣ୍ଡିଆ ସହିତ ତାଙ୍କର ଭଲ ସମ୍ପର୍କ ନ ଥିବା ଜଣାପଡିଛି । ଭଲ ପ୍ରଦର୍ଶନ ସତ୍ୱେ ଟି୨୦ ବିଶ୍ୱକପ ମୂଖ୍ୟ ଦଳରେ ତାଙ୍କୁ ସାମିଲ କରାଯାଇ ନ ଥିବାରୁ ସେ ଅସନ୍ତୋଷ ଅଛନ୍ତି ।

ତେବେ ଏହି ରିପୋର୍ଟର ସତ୍ୟତା ନେଇ ଆମେ କୌଣସି ପୃଷ୍ଟି କରୁ ନାହୁଁ । ଶୁଭମନ ଭାରତ ପକ୍ଷରୁ ୨୫ ଟେଷ୍ଟ, ୪୪ ଦିନିକିଆ ଓ ୧୪ ଟି୨୦ ମ୍ୟାଚ ଖେଳିଛନ୍ତି । ଏଥିରେ ସେ ଯଥାକ୍ରମେ ୧୪୯୨, ୨୨୭୧ ଓ ୩୩୫ ରନ ସଂଗ୍ରହ କରିଛନ୍ତି । ନିକଟରେ ସମ୍ପନ୍ନ ହୋଇଥିବା ଆଇପିଏଲରେ ତାଙ୍କ ନେତୃତ୍ୱରେ ଗୁଜରାଟ ଟାଇଟାନ୍ସ ଭଲ ପ୍ରଦର୍ଶନ କରି ନ ଥିଲା ।

Leave A Reply

Your email address will not be published.