Latest Odisha News

BREAKING NEWS

ଦୁଲୀପ ଟ୍ରଫିରେ ଖେଳି ନ ପାରନ୍ତି ଶୁଭମନ

ନୂଆଦିଲ୍ଲୀ: ସେପ୍ଟମ୍ବର ୨୮ରୁ ବେଙ୍ଗାଲୁରରେ ଦୁଲୀପ ଟ୍ରଫି କ୍ରିକେଟ ଆରମ୍ଭ ହେବ । ଟିମ ଇଣ୍ଡିଆର ଟେଷ୍ଟ ଅଧିନାୟକ ଶୁଭମନ ଗିଲ ଏହି ଟ୍ରଫିରେ ଖେଳି ନ ପାରନ୍ତି । ଗିଲଙ୍କୁ ଉତରାଂଚଳର ଅଧିନାୟକ ନିଯୁକ୍ତ କରାଯାଇଥିଲା । ନିକଟରେ ତାଙ୍କ ରକ୍ତର ପରୀକ୍ଷଣ ହୋଇଥିଲା । ଏଥିରେ ସେ ସୁସ୍ଥ ନ ଥିବା ଜଣାପଡିଛି । ଫିଜିଓ ଓ ମେଡିକାଲ ଟିମ ତାଙ୍କ ରିପୋର୍ଟ ବିସିସିଆକୁ ପ୍ରଦାନ କରିଛନ୍ତି । ଗିଲ ଏବେ ଚଣ୍ଡୀଗଡରେ ତାଙ୍କ ଘରେ ବିଶ୍ରାମ କରୁଛନ୍ତି । ଗିଲଙ୍କୁ ଏସିଆ କପ ପାଇଁ ଭାରତୀୟ ଦଳର ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ସେପ୍ଟମ୍ବର ୪ କିମ୍ବା ୫ରେ ଭାରତୀୟ ଟିମ ଦୁବାଇ ଗସ୍ତରେ ଯାଇପାରେ । ବୋର୍ଡ ଗିଲଙ୍କୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନି ।

ଦୁଲୀପ ଟ୍ରଫି ୨୮ ଅଗଷ୍ଟରୁ ୧୫ ସେପ୍ଟମ୍ବର ପର୍ଯ୍ୟନ୍ତ ଆୟୋଜିତ ହେବ । ସେହିପରି ଅଶଦୀପ ସିଂ ଓ ହର୍ଷିତ ରାଣା ଗୋଟିଏ ଲେଖାଏଁ ମ୍ୟାଚ ଖେଳିବେ । ଉପ ଅଧିନାୟକ ଅଙ୍କିତ କୁମାର ଦଳର ନେତୃତ୍ୱ ନେଇ ପାରନ୍ତି । ଗିଲଙ୍କ ସ୍ଥାନରେ ଚୂଡାନ୍ତ ଦଳରେ ଶୁଭମ ରୋହିଲ୍ଲାଙ୍କୁ ସାମିଲ କରାଯିବ । ଏଥର ଦୁଲୀପ ଟ୍ରଫିକୁ ପୂର୍ବ ଭଳି ଜୋନ ଆଧାରିତ ଫର୍ମାଟରେ ଖେଳାଯିବ । ଦୁଲୀପ ଟ୍ରଫି ସହ ଭାରତର ଘରୋଇ କ୍ରିକେଟ ମଧ୍ୟ ଆରମ୍ଭ ହେବ ।

Comments are closed.