ଯାଜପୁର: ଜାତସ୍ୟ ଧ୍ରୁବ ମୃତ୍ୟୁ । ଅର୍ଥାତ୍ ଜନ୍ମ ଅଛି ତ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ବେଳେ ବେଳେ ମୃତ୍ୟୁ ଏମିତି ଆସେ ଯାହା ସମସ୍ତଙ୍କୁ ହତ୍ବାକ୍ କରିଦିଏ । ଚାହିଁଲେ ବି ଏହାକୁ ରୋକିବା ଅସମ୍ଭବ । ଏମିତି ଏକ ଘଟଣା ଘଟିଛି ଯାଜପୁର ଜିଲା ଟମକା ଥାନା ଅଞ୍ଚଳର ଜଣେ ୭ ମାସର ଶିଶୁ କନ୍ୟା କ୍ଷେତ୍ରରେ ।
ଯାଜପୁର ଜିଲ୍ଲା ଟମକା ଥାନା ଗୋପପୁର ଗାଁର ରଘୁନାଥ ଲୋହାରଙ୍କ ପତ୍ନୀ ଓ ତାଙ୍କ ୭ ମାସର ଝିଅ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ କୁନି ଝିଅର ଓଠକୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ଝିଅଟି ଜୋରରେ କାନ୍ଦିବାରୁ ମା ଉଠି ଦେଖିବାରୁ ସାପଟି ଝିଅହ ଓଠକୁ କାମୁଡି ଧରିଛି । ମା ଘଉଡ଼ାଇବାରୁ ସାପଟି ପଳାଇ ଯାଇଥିଲା । ପରିବାର ଲୋକେ ସଙ୍ଗେ ସଙ୍ଗେ କୁନି ଝିଅକୁ ଆନନ୍ଦପୁର ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।
Comments are closed.