Latest Odisha News

BREAKING NEWS

୫୦ ଫୁଟ୍ ବୋରୱେଲରେ ପଡି ଶିଶୁ କନ୍ୟା ମୃତ

ଅହମଦାବାଦ: ପୁଣି ବୋରଓ୍ବେଲରେ ଖସିପଡି ଶିଶୁ ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ଗୁଜୁରାଟର ଅମରେଲୀ ଜିଲା ସୁରଗାପାରା ଗାଁରେ । ଶୁକ୍ରବାର ଏକ ୫୦ଫୁଟ ବୋରୱେଲ୍‌‌ ଗାତରେ ଖସି ପଡିଥିଲା ଶିଶୁ କନ୍ୟା । ଶିଶୁକୁ ଉଦ୍ଧାର କରିବାକୁ ଦୀର୍ଘ ୧୬ ରୁ ୧୭ ଘଣ୍ଟା ଧରି ବହୁ କସରତ ପରେ ଆଜି ସକାଳୁ ଶିଶୁ ଟିକୁ ଉଦ୍ଧାର କରାଯାଇଥିଲା ।

ଏହାପରେ ତୁରନ୍ତ ଶିଶୁ କନ୍ୟାକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣା ପରେ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ୍ଲ ପାନସେରିୟା ଖୋଲା ବୋରୱେଲ ବନ୍ଦ କରିବାକୁ ଗୁଜୁରାଟବାସୀଙ୍କୁ ନିବେଦନ କରିଛନ୍ତି ।

ଖବର ମୁତାବକ, ଘର ପଛପଟେ ଖେଳୁଥିବା ସମୟରେ ଖୋଳାଯାଇଥିବା ୫୦ଫୁଟ ବୋରୱେଲ୍‌‌ ଭିତରକୁ ହଠାତ୍ ଶିଶୁକନ୍ୟା ଟି ଖସି ପଡିଥିଲା । ଏହାପରେ ଘରଲୋକ ଖୋଯାଖୋଜି ପରେ ଜାଣିବାକୁ ପାଇଥିଲେ ଯେ, ଶିଶୁ ଟି ବୋରଓ୍ବେଲ ଭିତରେ ପଡିଯାଇଛି । ଏହାପରେ ଏନଡିଆରଏଫ୍ ଟିମ୍, ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଶନିବାର ସକାଳେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.