କଣିହାଁ: ପରିବାର ପାଇଁ ପୁଣି ଅଲୋଡ଼ା ହୋଇଛି ଆଉ ଏକ ଶିଶୁ କନ୍ୟା । ତାଳଚେର କଣିହାଁ ବ୍ଲକ ରେଗାଂଳି ଥାନା ଅଂଚଳରେ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି ।ମିଳିଥିବା ସୂଚନା ଅନୁଯାୟୀ ବଜ୍ରକୋଟ ଗ୍ରାମର କିଛି ଯୁବକ ସକାଳୁ ସକାଳୁ ଛତୁ ଖୋଜିବା ପାଇଁ ଶୁଆଝରି ଜଗଂଲକୁ ଯାଇଥିଲେ । ଦୁଷ୍ମନ୍ତ ନାଏକ ନାମକ ଜଣେ ଯୁବକ ଏହି ଶିଶୁକନ୍ୟା ଟିକୁ ଜଙ୍ଗଲ ରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ସେ ଶିଶୁଟିକୁ ଉଦ୍ଧାର କରି ବଜ୍ରକୋଟ ମେଡିକାଲକୁ ଆଣିବା ସହ ରେଙ୍ଗାଳି ପୋଲିସକୁ ଜଣାଇଥିଲେ । ଘଟଣା ସ୍ଥଳରେ ରେଙ୍ଗାଳି ପୋଲିସ ପହଁଚି ଘଟଣାର ତନାଘନା ଆରମ୍ଭ କରିଛି । ଶିଶୁକନ୍ୟାଟିକୁ ପ୍ରଥମେ କଣିହାଁ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା ଓ ପରେ ଶିଶୁଟିକୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ବିଭିନ୍ନ ସମୟରେ ଏହିସବୁ ଘଟଣା ସମ୍ନାକୁ ଆସିଲେ ଏପରି ଲାଗୁଛି ଝିଅଙ୍କ ପାଇଁ ସରକାରଙ୍କ ତୁହାକୁ ତୁହା ଯୋଜନା ଯେପରି ବେଟି ବଚାଓ , ବେଟି ପଢାଓ ଆଦି ସେପରି ଫଳଶୂନ୍ୟ ହୋଇଛି ।
BREAKING NEWS
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
- ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…
- ଆଇଏଫଏସ ଅଧିକାରୀ କେ.ମୁରୁଗେସାନ୍ ହେଲେ ନୂଆ ପିସିସିଏଫ
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
- ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ
- ରଣଜୀ ଟ୍ରଫି: ଓଡିଶା ୨୨୧ ରନରେ ଅଗ୍ରଣୀ
- ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦିବଙ୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର
Comments are closed.