Latest Odisha News

BREAKING NEWS

ମାଆ, ଝିଅଙ୍କୁ ଛୁରୀରେ ଆକ୍ରମଣ ଘଟଣାରେ ଝିଅ ମୃତ

ସମ୍ବଲପୁର: ମାଆ, ଝିଅଙ୍କୁ ଛୁରୀରେ ଆକ୍ରମଣ ଘଟଣାରେ ଝିଅର ମୃତ୍ୟୁ ଘଟିଛି। ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଝିଅର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେ ବି ବୁର୍ଲା ମେଡିକାଲରେ ମାଆର ଚିକିତ୍ସା ଜାରି ରହିଛି।

ସୂଚନା ଅନୁସାରେ ଗତ ୧୪ରେ ଅଇଁଠାପାଲି ଥାନା ଦାନିପାଲୀ ଗାଁ ରାସ୍ତାରେ ଯାଉଥିଲେ। ନିଜର ଟେଲର ଦୋକାନକୁ ଉଭୟ ଯାଉଥିବା ବେଳେ ଫାଟକ ମହାମାୟା ମନ୍ଦିର ସମ୍ମୁଖରେ ଅଭିଯୁକ୍ତ ସୁରଜ ହାତୀ ଅତର୍କିତ ଭାବେ ସେମାନଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଜାଗାବାଡ଼ିକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ଆକ୍ରମଣରେ ଗୁରୁତର ଉଭୟ ମା’ ଝିଅଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ବୁର୍ଲାର ଏକ ଘରୋଇ ନର୍ସିଂ ହୋମରେ ଝିଅ ପାୟଲ ଦାସ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିଲା। ଏହାପରେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଘଟିଛି। ଅନ୍ୟ ପକ୍ଷରେ ମାଆ ଇନ୍ଦୁ ଦାଶ ବୁର୍ଲା ଡ଼ାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।

Leave A Reply

Your email address will not be published.