ବାର୍ସିଲୋନା: ଅଧିକାଂଶ ଲୋକ ପ୍ରେମ ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଲୋକମାନେ ଠିକ୍ କିମ୍ବା ଭୁଲ୍ କିଛି ଭାବନ୍ତି ନାହିଁ । ଯେଉଁ ଯୁବକ ବିଷୟରେ ଆମେ କହିବାକୁ ଯାଉଛୁ, ସେ ପ୍ରେମରେ ତାଙ୍କ ଗର୍ଲଫ୍ରେଣ୍ଡର ଏପରି ଜିଦ୍କୁ ଗ୍ରହଣ କରିଥିଲେ, ଯାହା ସମସ୍ତଙ୍କୁ ଅତ୍ୟନ୍ତ ଚକିତ କରିଛି । ଯୁବକଙ୍କ ଗର୍ଲଫ୍ରେଣ୍ଡ ତାଙ୍କ ବ୍ୟକ୍ତିଗତ ପାର୍ଟକୁ ତାଲା ପକାଇ ଦେଇଥିଲେ । ହେଲେ ବ୍ରେକ୍ଅପ୍ ପରେ ଝିଅଟି ଚାବି ନେଇ ପଳାଇଗଲା । ପରେ ବାଧ୍ୟ ହୋଇ ଯୁବକଙ୍କୁ ଦୋକାନକୁ ଯାଇ ତାଲା ଖୋଲିବାକୁ ପଡ଼ିଲା ।
ଉଭୟ ଯୁବକ ଯୁବତୀ ବାର୍ସିଲୋନାର ବାସିନ୍ଦା । ଉଭୟ ଉଭୟଙ୍କୁ ବହୁତ ଭଲ ପାଉଥିଲେ । ଯୁବକ ଜଣକ କାଳେ ଅନ୍ୟ କାହା ସହ ସମ୍ପର୍କ ରଖିବେ ସନ୍ଦେହ କରି ଯୁବତୀ ଜଣକ ଏପରି ହରକତ କରି ବସିଲେ, ଯାହା ଶୁଣିଲେ ଲୋମ ଟାଙ୍କୁରି ଉଠିବ । ଯୁବତୀ ଜଣକ ଯୁବକଙ୍କ ବ୍ୟକ୍ତିଗତ ପାର୍ଟରେ ଏକ ତାଲା ଝୁଲାଇ ଦେଲେ ଓ ଚାବିକୁ ନିଜ ପାଖରେ ରଖିଲେ । ନିଜ ଗାର୍ଲଫ୍ରେଣ୍ଡକୁ ଖୁସି କରିବାକୁ ଯାଇ ଯୁବକ ଜଣକ ଏପରି କରିଲେ । ଦରକାର ପଡ଼ିଲେ ଯୁବତୀ ଚାବି ଖୋଲୁଥିଲେ, ଅନ୍ୟ ସମୟରେ ତାଲା ପକାଇ ରଖୁଥିଲେ । ଏହିପରି ଭାବେ ୮ ମାସ ବିତିଗଲା । ପରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବ୍ରେକ୍ଅପ୍ ହୋଇଗଲା । ବ୍ରେକଅପ୍ ପରେ ଯୁବତୀ ଜଣକ ଚାବି ନେଇ କୁଆଡ଼େ ପଳାଇଲେ । ସେବେଠାରୁ ଯୁବକ ଜଣକ ଲଗାତାର ନିଜେ ତାଲା ଖୋଲିବାକୁ ଚେଷ୍ଟା କରୁଥିଲେ । ହେଲେ ବିଫଳ ହେଉଥିଲେ ।
ତିନି ମାସ ପରେ ଯୁବତୀ ଜଣକ ଚାବି ଫେରାଇବା ବେଳକୁ ତାଲାଟି କଳଙ୍କିତ ହୋଇଯାଇଥିଲା । ଯେଉଁଥିପାଇଁ ତାଲା ଖୋଲିପାରିଲା ନାହିଁ । ଆଉ କୌଣସି ଉପାୟ ନ ପାଇ ଯୁବକ ଜଣକ ଏକ ଟାଟୁ ଦୋକାନକୁ ଯାଇ ତାଙ୍କ ସମସ୍ୟା ବିଷୟରେ କହିଥିଲେ । ଟାଟୁ ଆର୍ଟିଷ୍ଟ ଲା ଟୁରେଟା ପିଆରର୍ ତାଙ୍କର ବ୍ୟକ୍ତିଗତ ଅଂଶରୁ ତାଲା ଖୋଲିଥିଲେ । ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରାଯାଇଛି, ଯାହା ବର୍ତ୍ତମାନ ଭାଇରାଲ ହୋଇଛି ।
ଟାଟୁ କଳାକାର କହିଛନ୍ତି ଯେ, ତାଲା ଖୋଲିବା ବହୁତ କଷ୍ଟକର ଥିଲା । ତାଲାଟିରେ କଳଙ୍କି ଲାଗିଯାଇଥିବାରୁ ଖୋଲିବାକୁ ବହୁ କଷ୍ଟ କରିବାକୁ ପଡ଼ିଲା । କିନ୍ତୁ ସାବଧାନତାର ସହ ହାତୁଡ଼ିରେ ତାଲା ଭଙ୍ଗାଯାଇଥିଲା ।
Comments are closed.