Latest Odisha News

ପ୍ରତାରଣା ସହିପାରିଲାନି ପ୍ରେମିକା, ପେଟ୍ରୋଲ ଢାଳି ପ୍ରେମିକ ଘରେ ଲଗାଇଲା ନିଆଁ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁରର ରୁକୁଣାଦେଇପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରତାରଣାର ପ୍ରତିଶୋଧ ନେବାକୁ ପ୍ରେମିକଙ୍କ ଘରେ ନିଆଁ ଲଗାଇଦେଲେ ପ୍ରେମିକା ଓ ତାର ସାଙ୍ଗ । ନିଆଁକୁ ଆୟତ୍ତ କଲେ ଗ୍ରାମବାସୀ ।

ଖବରପାଇ ବାସୁଦେବପୁର ପୋଲିସ ଦୁଇ ଯୁବତୀଙ୍କୁ ଥାନାକୁ ଆଣି ଅଟକ ରଖିବା ସହ ପଚରାଉଚରା ଚଳାଇଛି ।

ଖବର ମୁତାବକ, ରୁକୁଣାଦେଇପୁର ଗ୍ରାମର ପ୍ରଭାତ ମହାପାତ୍ର ଦୀର୍ଘ ଦିନ ଧରି ଭଦ୍ରକ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । କୌଣସି କାରଣରୁ ଉଭୟଙ୍କ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଏବେ ପ୍ରଭାତ ରାଜ୍ୟ ବାହାରେ କାମ କରୁଥିବା ବେଳେ ଯୁବତୀଜଣକ ତାଙ୍କ ଘରକୁ ଯାଇ ତାଙ୍କ ଘର ଲୋକଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ପରେ ପେଟ୍ରୋଲ ଢାଳି ତାଙ୍କ ଘରେ ନିଆଁ ଲଗାଇଦେଇଥିଲେ ।

Comments are closed.