ଆଜିକାଲି ପ୍ରତ୍ୟେକ ଲୋକ ସୋସିଆଲ ମିଡ଼ିଆରେ ନିଜର ଲୋକପ୍ରିୟତା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ । ନିଜ ଜୀବନକୁ ବାଜି ଲଗାଇ ଭିଡ଼ିଓ କରିବାକୁ ପଛାଉନାହାନ୍ତି । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବତୀ ବାଘ ସହ ଭିଡ଼ିଓ କରିବାକୁ ଯାଇ ପରିଣତି ଭୋଗିବାକୁ ପଡ଼ିଛି ।
ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ ଭିଡ଼ିଓ ବନାଇବା ପାଇଁ ଏକ ବାଘ ପାଖକୁ ଯାଉଛନ୍ତି । ପାଖରେ ଛିଡ଼ା ହୋଇ ପୋଜ ଦେଉଛନ୍ତି । ବାଘକୁ ଧୀରେ ଧୀରେ ଛୁଇଁବାକୁ ଚେଷ୍ଟା କରୁଛନ୍ତି । ପରେ ବାଘର ମୁଣ୍ଡକୁ ଆଉଁସୁଛନ୍ତି,ଯେପରି ପୋଷା କୁକୁର- ବିଲେଇ ପରି । ହେଲେ ବାଘଟି ହଠାତ୍ ରାଗିଯାଇ ଯୁବତୀଙ୍କ ହାତକୁ କାମୁଡ଼ି ଧରେ । ପରେ ଯୁବତୀ ଜଣକ ମୁକୁଳିବାକୁ ଚେଷ୍ଟା କରିବାରୁ ବାଘଟି ତାଙ୍କ ଗୋଡ଼କୁ ଧରି କାମୁଡ଼ିବାକୁ ଆରମ୍ଭ କରେ । ଏଥିରୁ ମୁକୁଳିବାକୁ ଚେଷ୍ଟା କଲେ ମଧ୍ୟ ବାଘଟି ତାଙ୍କୁ ଛାଡିବାକୁ ପ୍ରସ୍ତୁତ ନୁହେଁ । ତଥାପି ସେ ବାଘକୁ ଗୋଟେ ହାତରେ ଆଉଁସୁଥିବା ନଜର ଆସିଛନ୍ତି । ଏହି ସମୟରେ ଯୁବତୀ ଜଣକ ଡ଼ରି ଯାଇଥିବା ତାଙ୍କ ମୁହଁରେ ସ୍ପଷ୍ଟ ଦେଖିବାକୁ ମିଳିଛି ।
ଏହି ଭିଡ଼ିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଏପରି ଜଙ୍ଗଲୀ ପଶୁଙ୍କ ସହ ମଜା କରିବା ଉଚିତ୍ ନୁହେଁ ବୋଲି ଅନେକ ମତ ଦେଇଛନ୍ତି ।
Comments are closed.