Latest Odisha News

ରେଲୱେ ଟ୍ରାକରେ ହାଇଡ୍ରାମା; ସୁଇସାଇଡ୍ କରିବା ପାଇଁ ଧାରଣାରେ ଶୋଇ ପଡିଲେ

ଯୁବତୀଙ୍କୁ ବଞ୍ଚାଇବା ପାଇଁ ମାରିଲେ ସ୍ପିଡ୍ ବ୍ରେକ୍... 

ପାଟନା: ଗତ ମଙ୍ଗଳବାର ଦିନ ମୋତିହାରୀ ରେଳ ଟ୍ରାକରେ ହାଇ ଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା। କାରଣ ​​ସୁଇସାଇଡ୍ କରିବା ପାଇଁ ଧାରଣାରେ ଶୋଇ ରହିଥିଲେ ଜଣେ ଯୁବତୀ।

ଯେଉଁଥିପାଇଁ 15556 ବାପୁଧାମ୍ ମୋତିହାରୀ-ପାଟଲିପୁତ୍ର ଅଭିମୁଖେ ଯାଉଥିବା ଲୋକାଲ ଟ୍ରେନ ଦୀର୍ଘ ସମୟ ଧରି ଅଟକି ରହିଥିଲା।

ଡ୍ରାଇଭର ଏହା ଦେଖି ତୁରନ୍ତ ଜରୁରୀକାଳୀନ ବ୍ରେକ୍ ଲଗାଇ ଟ୍ରେନକୁ ଅଟକାଇଥିଲେ। ଜରୁରୀକାଳୀନ ବ୍ରେକ୍‌ ଲଗାଇବା ପରେ ଟ୍ରେନଟି ଯୁବତୀଙ୍କ ମୁଣ୍ଡ ଠାରୁ କିଛି ଦୂରରେ ଅଟକି ଥିଲା । ଯାହାଫଳରେ ଯୁବତୀଙ୍କ ଜୀବନ ବଞ୍ଚି ଯାଇଥିଲା । ପରେ ଲୋକୋ ପାଇଲଟ ଝିଅକୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ଯ ସେ ରେଳ ଟ୍ରାକ୍ ଠାରୁ ଦୂରେଇ ଯିବାକୁ ପ୍ରସ୍ତୁତ ନଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 

Comments are closed.