Latest Odisha News

ମୃତ ବାପାଙ୍କ ଫଟୋ ସହ କୁକୁର ଫିଲଟର ଲଗାଇ ଉଠାଇଲେ ଫଟୋ, ଭିଡିଓ ଭାଇରାଲ

ମୋବାଇଲରେ ଆସୁଥିବା ଫିଲଟର ଫିଚରରେ ୟୁଜର୍ସ ବିଭିନ୍ନ ପ୍ରକାର ଫିଚର ବ୍ୟବହାର କରୁଛନ୍ତି । ଖାସ୍ କରି ଯୁବତୀମାନେ ପ୍ରତି ଫଟୋ ପାଇଁ ବିଭିନ୍ନ ପ୍ରକାର ଷ୍ଟାଇଲିଶ ଫିଲଟର ବ୍ୟବହାର କରନ୍ତି । ତେବେ ନିକଟରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଝିଅ ନିଜ ମୃତ ବାପାଙ୍କ ଫଟୋରେ ଫିଲଟର ଲଗାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ସେ ସମାଲୋଚନାର ଶୀକାର ହୋଇଛନ୍ତି ।

ଭାଇରାଲ ଭିଡିଓରେ ଦେଖାଯାଇଛି କି, ଝିଅ ଜଣକ ନିଜ ମୃତ ବାପାଙ୍କ ସହ ଫଟୋ ଉଠାଇଛନ୍ତି । ଏହାପରେ ଜିଭ କାଢୁଥିବା କୁକୁରର ଫିଲଟର ବ୍ୟବହାର କରି ଭିଡିଓ କରିଛନ୍ତି । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ସହ କିଛିଜଣ ଝିଅଙ୍କ ବାପାଙ୍କ ପ୍ରତି ପ୍ରେମ ବୋଲି କହିଥିବାବେଳେ କିଛିଜଣ ଟ୍ରୋଲ କରିଛନ୍ତି ।

Comments are closed.