କଲମ୍ବିଆ: ଦୁନିଆରେ ଏପରି ଅନେକ ବୃତ୍ତି ଅଛି ଯେଉଁଥିରେ ଗ୍ଲାମରସ୍ ଦେଖାଯିବାର କୌଣସି ସୁଯୋଗ ନାହିଁ । ପୋଲିସ ଚାକିରି ସେଥିମଧ୍ୟରୁ ଗୋଟିଏ । ପୋଲିସ କର୍ମଚାରୀଙ୍କୁ ଅଧିକାଂଶ ସମୟ ୟୁନିଫର୍ମରେ ରହିବାକୁ ପଡ଼ିଥାଏ । ବାକି ସମୟ ସେମାନେ ଆରାମ କରିବାକୁ ଚାହାଁନ୍ତି । କିନ୍ତୁ କଲମ୍ବିଆର ଜଣେ ମହିଳା ପୋଲିସ୍ ବୃତ୍ତିଗତ ତଥା ବ୍ୟକ୍ତିଗତ ଲୁକ୍ରେ ଏତେ ଗ୍ଲାମରସ୍ ଦେଖାଯାଉଛନ୍ତି ଯେ ବହୁ ପୁରୁଷ ତାଙ୍କ ପ୍ରଶଂସକ ହୋଇପାରିଛନ୍ତି । ସେମାନେ ତାଙ୍କୁ ଭେଟିବାକୁ ଏତେ ବ୍ୟାକୁଳ ଯେ ସେମାନେ ଅପରାଧ କରିବାକୁ ମଧ୍ୟ ପ୍ରସ୍ତୁତ ହୁଅନ୍ତି ।
କଲମ୍ବିଆର ବାସିନ୍ଦା ୨୮ ବର୍ଷୀୟ ଆଲେକ୍ସ ନାରଭେଜ୍ ଜଣେ ପୋଲିସ କର୍ମଚାରୀ । ସେ ସୋସିଆଲ ମିଡ଼ିଆରେ ବେଶ୍ ଲୋକପ୍ରିୟ ଏବଂ ତାଙ୍କର ୭ ଲକ୍ଷରୁ ଅଧିକ ଫଲୋର୍ସ ବି ଅଛନ୍ତି । ପୋଲିସ୍ ୟୁନିଫର୍ମରେ ମଧ୍ୟ ଗ୍ଲାମରସ୍ ଲାଗନ୍ତି ଆଲେକ୍ସ । ଯୁବକମାନେ ତାଙ୍କ ଚେହେରା ଦେଖି ଏତେ ପାଗଳ ହୁଅନ୍ତି ଯେ ସେମାନେ ଅପରାଧ କରିବାକୁ ପଛାଉନାହାନ୍ତି ।
ନିକଟରେ ଆଲେକ୍ସ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ତାଙ୍କୁ ପୋଲିସ୍ ୟୁନିଫର୍ମ ସହିତ ଗ୍ଲାମରସ୍ ଲୁକ୍ରେ ଦେଖିବାକୁ ମିଳିଥିଲା । ଏହି ଭିଡ଼ିଓକୁ ଦେଖି ଅନେକ ଭିନ୍ନ ଭିନ୍ନ ମତ ଦେଇଥିଲେ । କେହି “ଅଫିସର ଆଲେକ୍ସା, ମୋତେ ଗିରଫ କର ବୋଲି ମତ ଦେଇଥିବା ବେଳେ ଆଉ କିଏ ଆମେ ଅପରାଧ କରୁଛୁ ଏବଂ ଆପଣ ଆମକୁୁ ଗିରଫ କରନ୍ତୁ ବୋଲି ମତ ରଖିଛନ୍ତି ।
Comments are closed.