ସିଡନୀ: ଅଷ୍ଟ୍ରେଲିଆର ଭେଟେରାନ ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଏବେ ଟି୨୦ ଉପରେ କେବଳ ଫୋକସ କରିବେ ବୋଲି ସୂଚନା ଦେଇଛନ୍ତି । ୨୦୨୫ରେ ସେ ଦିନିକିଆ କ୍ରିକେଟର ଅବସର ଘୋଷଣା କରିଥିଲେ । ୩୭ ବର୍ଷୀୟ ମ୍ୟାକ୍ସୱେଲ ଟି୨୦ରେ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ଆସିଛନ୍ତି । ବିଭିନ୍ନ ଲିଗରେ ସେ ଏବେ ବି ଖେଳିବା ଜାରୀ କରିଛନ୍ତି । ଆଇପିଏଲରେ ସେ ଦୀର୍ଘ ଦିନ ଆରସିବି ଟିମ ସହିତ ଜଡିତ ଥିଲେ । ଏବେ ଅବଷ୍ୟ ସେ ଭଲ ଫର୍ମରେ ନାହାନ୍ତି । ୨୦୨୩ ଦିନିକିଆ ବିଶ୍ୱକପରେ ଐତିହାସିକ ଇନିଂସ ଖେଳି ସେ ବିଶ୍ୱରେକର୍ଡ କରିଥିଲେ ।
ଆଫଗାନିସ୍ତାନ ବିପକ୍ଷରେ ୨୯୧ ରନର ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ । ସେ ଏକାକୀ ୨୦୧ ରନ କରିଥିଲେ । ଦିନିକିଆରେ ଆଜି ପର୍ଯ୍ୟନ୍ତ ଚେଜ କରିବା ବେଳେ କୌଣସି ବ୍ୟାଟ୍ସମ୍ୟାନ ଦ୍ୱିଶତକ ହାସଲ କରି ନାହାନ୍ତି । ସେ ଅଷ୍ଟ୍ରେଲିଆ ପାଇଁ ଅନେକ ମ୍ୟଚେ ବିଜୟୀ ଇନିଂସ ଖେଳିଛନ୍ତି । ଏଥର ସେ ଆଇପିଏଲ ନିଲାମ ପ୍ରକ୍ରିୟାରେ ନିଜକୁ ସାମିଲ କରି ନ ଥିଲେ ।