Latest Odisha News

BREAKING NEWS

ଟି୨୦ରେ ମ୍ୟାକ୍ସୱେଲଙ୍କ ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ଆନ୍ତର୍ଜାତୀୟ ଟି୨୦ରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ୪ର୍ଥ ଟି୨୦ରେ ସେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଥିଲେ । ସେ ୧୮ ବଲରେ ୪୭ ରନ କରିଥିଲେ । ଏଥିରେ ୬ଟି ଛକା ରହିଥିଲା । ରନ ଚେଜ କରିବା ବେଳେ ସର୍ବାଧିକ ଛକା ମାରିବାରେ ସେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି । ଲକ୍ଷ୍ୟକୁ ପିଛା କରିବା ବେଳେ ସେ ଓଭରାଲ ୮୪ ଛକା ମାରିଛନ୍ତି । ସେ ପଲ ଷ୍ଟର୍ଲିଂଙ୍କ ୮୩ ଛକା ରେକର୍ଡକୁ ଅତିକ୍ରମ କରିଛନ୍ତି ।

ରବିଜା ସନ୍ଦୁରୱାନ(୭୭), ନିକୋଲସ ପୂରନ (୭୬), ଜୋସ ବଟଲର(୭୬), ରୋହିତ ଶର୍ମା(୭୪) ଓ ଡେଭିଡ ୱାର୍ଣ୍ଣର ୭୪ ଛକା ସହ ଯଥାକ୍ରମେ ତୃତୀୟରୁ ୭ମ ସ୍ଥାନରେ ରହିଛନ୍ତି । ୱେଷ୍ଟଇଣ୍ଡିଜ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୦୯ ରନ କରିଥିଲା । ଅଷ୍ଟ୍ରେଲିଆ ୧୯.୨ ଓଭରରେ ୭ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଜୋଶ ଇଂଲିଶ ୫୧ ଓ କ୍ୟାମେରୁନ ଗ୍ରୀନ ୫୫ ରନ କରିଥିଲେ ।

Comments are closed.