ଓଡ଼ିଶା ସମ୍ବାଦ ବ୍ୟୁରୋ: ଜଳ ହିଁ ଜୀବନ। କିନ୍ତୁ ଆଜିର ସମୟରେ ଜଳ ଅଭାବ ଏକ ଚିନ୍ତାର ବିଷୟ ପାଲଟିଛି। ଏହି ସମସ୍ୟାର ମୁକାବିଲା ପାଇଁ ବିଶ୍ୱର ଅନେକ ଦେଶ ଜଳ ସଂରକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଜଳ ଅଭାବ ଯୋଗୁଁ ପୃଥିବୀର ଅନେକ ଦେଶ ପ୍ରଭାବିତ ହେଉଛି। ଏହା ପଛରେ ଅନେକ କାରଣ ରହିଛି। ଏଥିରେ ଜନସଂଖ୍ୟା ବୃଦ୍ଧି, ବୃହତ ସହରୀକରଣ, ଆଧୁନିକୀକରଣ, ଜଳବାୟୁ ପରିବର୍ତ୍ତନ ଏବଂ ଜଳର ଅତ୍ୟଧିକ ଅପଚୟ ଅନ୍ତର୍ଭୁକ୍ତ। ଜଳ ଅଭାବର ଗମ୍ଭୀର ସମସ୍ୟାର ସମ୍ମୁଖିନ ହେବାକୁ ଯାଉଛି ବିଶ୍ୱର ୨୫ଟି ଦେଶ।
ୱାର୍ଲ୍ଡ ରିସୋର୍ସ ଇନଷ୍ଟିଚ୍ୟୁଟର ଆକ୍ୱେଡକ୍ଟ ୱାଟର ରିସ୍କ ଆଟଲାସର ଏକ ନୂତନ ରିପୋର୍ଟ ଅନୁଯାୟୀ, ବିଶ୍ୱବ୍ୟାପୀ ଆମେ ଜଳର ଅଭାବର ସମ୍ମୁଖୀନ ହେଉଛୁ। ପରିଣାମ ସ୍ୱରୁପ ଭବିଷ୍ୟତରେ ମାନବ ଜାତିର ଅତ୍ୟନ୍ତ କ୍ଷତି ହୋଇପାରେ। ଜଳ ଅଭାବ ଯୋଗୁଁ ସମାଜ ଏବଂ ପରିବେଶର ବିଭିନ୍ନ ଦିଗ ଉପରେ ପ୍ରଭାବ ପକାଇପାରେ।
ରିପୋର୍ଟ ଅନୁଯାୟୀ, ବିଶ୍ୱ ଜନସଂଖ୍ୟାର ଏକ ଚତୁର୍ଥାଂଶ ୨୫ଟି ଦେଶ ବାର୍ଷିକ ଜଳ ଚାପ ସହ ସଂଘର୍ଷ କରୁଛନ୍ତି। ସର୍ବଭାରତୀୟ ସ୍ତରରେ ପ୍ରାୟ ୪୦୦ କୋଟି ଲୋକ ପ୍ରତିବର୍ଷ ଅତି କମରେ ଗୋଟିଏ ମାସ ପାଇଁ ଜଳ ଅଭାବର ସମ୍ମୁଖୀନ ହେଉଛନ୍ତି। ଏହା ବିଶ୍ୱର ଜନସଂଖ୍ୟାର ଅଧା ସହିତ ସମାନ। ୨୦୫୦ ସୁଦ୍ଧା ଏହି ସଂଖ୍ୟା ୬୦ ପ୍ରତିଶତକୁ ବୃଦ୍ଧି ପାଇବ, ଅର୍ଥାତ୍ ୫୦ କୋଟି ଅଧିକ ବୃଦ୍ଧି ପାଇବ।
୨୦୫୦ ସୁଦ୍ଧା ବିଶ୍ୱର ଜିଡିପି ୭୦ ଟ୍ରିଲିୟନ ଡଲାର ଜଳ ଅଭାବରୁ ପ୍ରଭାବିତ ହେବ, ଯାହା ୩୧ ପ୍ରତିଶତ ସହିତ ସମାନ ହେବ। ୨୦୧୦ ମସିହାରେ ୧୫ ଟ୍ରିଲିୟନ ଡଲାର ଜିଡିପି ତୁଳନାରେ ଏହି ସଂଖ୍ୟା ୭ ପ୍ରତିଶତ ଅଧିକ। ଏହା ପୂର୍ବରୁ ଏହା ୨୪ ପ୍ରତିଶତ ଥିଲା। ପ୍ରତି ଚାରି ବର୍ଷରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ୨୦୫୦ ମସିହାରେ ବିଶ୍ୱର ୫ଟି ଦେଶ ଜଳ ଅଭାବ ହେତୁ ଜିଡିପିର ଅଧାରୁ ଅଧିକ କ୍ଷତି ସହିବାକୁ ଯାଉଛନ୍ତି। ଏଥିରେ ବହାରେନ, ସାଇପ୍ରସ୍, କୁଏତ, ଲେବାନନ୍,ଏବଂ ଓମାନ ଅନ୍ତର୍ଭୁକ୍ତ। ଏଥି ସହିତ ରିପୋର୍ଟରେ ଦର୍ଶାଯାଇଛି ଯେ ବିଶ୍ୱର ୨୫ଟି ଦେଶ, ଯେଉଁଥିରେ ବିଶ୍ୱ ଜନସଂଖ୍ୟାର ଏକ ଚତୁର୍ଥାଂଶ ଅନ୍ତର୍ଭୁକ୍ତ।
ଏହି ଦେଶ ପ୍ରତିବର୍ଷ ଜଳ ଅଭାବର ଏକ ଗମ୍ଭୀର ସମସ୍ୟା ଦେଇ ଗତି କରନ୍ତି। ଆଗକୁ ସ୍ଥିତି ଆହୁରୀ ଗମ୍ଭୀର ହେବାର ଆଶଙ୍କା ରହିଛି। ବହାରେନ, ସାଇପ୍ରସ୍, କୁଏତ, ଲେବାନନ୍, କତାର, ୟୁଏଇ, ସାଉଦି ଆରବ, ଇସ୍ରାଇଲ, ଇଜିପ୍ଟ, ଲିବିଆ, ୟେମେନ, ବୋସ୍ତୱାନା, ବେଲଜିୟମ, ଗ୍ରୀସ, ଟ୍ୟୁନିସିଆ, ନାମିବ୍ୟା, ସାଉଥ୍ ଆଫ୍ରିକା, ଇରାକ, ଭାରତ, ଓମାନ, ମେକ୍ସିକୋ, ଇଜିପ୍ଟ ଏବଂ ତୁର୍କୀ ଉପରେ ସର୍ବାଧିକ ପ୍ରଭାବ ରହିଛି। ଏହି ଅଞ୍ଚଳଗୁଡିକ ଜଳ ଅଭାବରୁ ଅସୁରକ୍ଷିତ ଏବଂ ଆଗାମୀ ଦିନରେ ମରୁଡ଼ିର ସମ୍ମୁଖୀନ ହୋଇପାରନ୍ତି।
Comments are closed.