Latest Odisha News

BREAKING NEWS

ଗୁଗଲର ଆଲର୍ଟ ମେସେଜ୍; ଅପଡେଟ୍‌ ନକଲେ ଡି-ଆକ୍ଟିଭ ହୋଇଯିବ ଜିମେଲ୍ ଆକାଉଣ୍ଟ

ନୂଆଦିଲ୍ଲୀ: ଗୁଗଲ ପକ୍ଷରୁ ଆସିଲା ଆଲର୍ଟ ମେସେଜ୍। ଏଣିକି ଜିମେଲ୍ ଆକାଉଣ୍ଟ ଅପଡେଟ୍‌ ନକଲେ ହୋଇଯିବ ଡି-ଆକ୍ଟିଭ। କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା କମ୍ପ୍ୟୁଟର ଏମରଜେନ୍ସି ରେସପୋନ୍ସ ଟିମ୍‌ (ସିଇଆରଟି) ଗୁଗଲର ଏହି ଆଲର୍ଟ ନେଇ ସୂଚନା ଦେଇଛି।

ଆକାଉଣ୍ଟ ଖୋଲି ବ୍ୟବହାର କରୁ ନଥିଲେ ଆକାଉଣ୍ଟ ଡି ଆକ୍ଟିଭ ହୋଇଯିବ। ଏଥିସହ ଜିମେଲ ଆକାଉଣ୍ଟକୁ ଅପଡେଟ୍‌ କରିବାକୁ ପ୍ରତିଟି ଯୁଜର୍ସଙ୍କୁ ପରାମର୍ଶ ଦେଇଛି। ସିଇଆରଟିର ସୂଚନା ପରେ ଗୁଗଲ ଏନେଇ ପ୍ରତିଟି ଆକଉଣ୍ଟକୁ ଗୁଗଲ ଆଲର୍ଟ ମେସେଜ ପଠାଇଛି। ବିହାର ସରକାରଙ୍କ ଆଇଟି ବିଶେଷଜ୍ଞମାନେ କହିଛନ୍ତି ଯେ ଜିମେଲ ବ୍ୟବହାରକାରୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଆଲର୍ଟ ଅନେକ କ୍ଷେତ୍ରରେ ନୂଆ ଅଟେ। ତେଣୁ ପ୍ରତ୍ୟେକ ଉପଭୋକ୍ତାଙ୍କୁ ଆଲର୍ଟ କରାଇବାକୁ ପଡିଛି। Nic.in ଏବଂ gov.in ର ବିସ୍ତୃତକରଣ ସହିତ ଇମେଲ ଆଇଡି ଗୁଡିକ ବିହାର ସରକାରଙ୍କ ବିଭାଗରେ ମଧ୍ୟ ଦିଆଯାଇଛି, କିନ୍ତୁ ବହୁ ସଂଖ୍ୟକ ଅଧିକାରୀଙ୍କ ଇମେଲ ଆକାଉଣ୍ଟଗୁଡିକ gmail.com ରେ ସେମାନଙ୍କର ନାମ ସହିତ ଲିଙ୍କ୍ ହୋଇଛି।

ସୂଚନାଯୋଗ୍ୟ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏହି ଆଲର୍ଟ ଅନୁଯାୟୀ ଗୁଗୁଲ କ୍ରୋମ ବ୍ରାଉଜରର ୱେବ ପେମେଣ୍ଟ, ଏପିଆଇ, ଭିଡିଓ ଏବଂ ୱେବଆରଟିସିରେ ତ୍ରୁଟି ଦେଖିବାକୁ ମିଳିଛି। ଯେଉଁଥିପାଇଁ ଡାଟା ହ୍ୟାକିଂ, ଫିସିଂ ଏବଂ ମାଲୱେୟାର ଆଟାକ୍‌ ହେବାର ସମ୍ଭାବନା ରହିଛି। ତେବେ ଏହିପରି ଅସୁବିଧା ସମ୍ମୁଖିନ ହେବା ପୂର୍ବରୁ ୟୁଜର୍ସଙ୍କୁ ସେମାନଙ୍କ ଗୁଗଲ ଆକାଉଣ୍ଟ ସମେତ ଜିମେଲ ଆକାଉଣ୍ଟକୁ ଅପଡେଟ କରିବାକୁ ପରାମର୍ଶ ଦେଇଛି।

Leave A Reply

Your email address will not be published.