Latest Odisha News

ଏଣିକି ଇମେଲ ଲେଖିବାର ଟେନସନକୁ ଦୂର କରିବ ଜିମେଲର ଏହି ନୂତନ ଫିଚର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗୁଗୁଲ୍ ଏହାର ବାର୍ଷିକ ‘ଗୁଗୁଲ୍ ଆଇଓ ୨୦୨୩’ (Google I / O 2023) ଇଭେଣ୍ଟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ଉପରେ ଆଧାରିତ ଅନ୍ୟାନ୍ୟ ଫିଚର ସହିତ ଏକ ନୂତନ ‘ହେଲପ୍ ମି ରାଇଟ’ ଫିଚର ଘୋଷଣା କରିଛି। ଏଣିକି ନିଜେ ଆଉ ଲେଖିବେନି ଇମେଲ। ଆପଣଙ୍କ ଇମେଲ ଲେଖିଦେବ ଜିମେଲର ଏହି ନୂତନ ଫିଚର। ଆପଣ ଇମେଲରେ ଗୋଟିଏ ଧାଡି ଆରମ୍ଭ କରୁ କରୁ କେବଳ ଗୋଟିଏ କ୍ଲିକରେ ବାକି ସବୁ ଧାଡି ଏଆଇର ସହାୟତାରେ ଆପେ ଲେଖା ହଇଯିବ।

ଏନେଇ କମ୍ପାନୀ ଘୋଷଣା କରିଛି ଯେ ଏଆଇ ଆଧାରିତ ରାଇଟିଂ ଏନହାନ୍ସମେଣ୍ଟ ଟୁଲ ଜିମେଲ ଏବଂ ଗୁଗୁଲ୍ ଡକ୍ସରେ କାମ କରିବ। ଏହାସହିତ ଏହି ଗୁଗୁଲ୍ ୱାର୍କସ୍ପେସରେ ରୋଲ ଆଉଟ କରାଯିବ। ଯେଉଁମାନେ ୱାର୍କସ୍ପେସ୍ ଲ୍ୟାବ୍ ପ୍ରୋଗ୍ରାମରେ ପଞ୍ଜୀକୃତ ହୋଇଛନ୍ତି ଅର୍ଥାତ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ଟେଷ୍ଟରଙ୍କ ପାଇଁ ଉପଲବ୍ଧ।

ଏପର୍ଯ୍ୟନ୍ତ ଜିମେଲରେ ‘ହେଲପ୍ ମି ରାଇଟ୍’ ଫିଚର କେବଳ ଡେସ୍କଟପ୍ ବ୍ୟବହାରକାରୀଙ୍କ ପାଇଁ ୱାର୍କସ୍ପେସ୍ ଲ୍ୟାବର ଏକ ଅଂଶ ଭାବରେ ଉପଲବ୍ଧ ଥିଲା। ନୂତନ ଏଆଇ ଫିଚର- ‘ହେଲପ୍ ମି ରାଇଟ’ ବ୍ୟବହାରକାରୀଙ୍କ ଇନପୁଟ୍ ଉପରେ ଆଧାର କରି ଇମେଲ୍ ଡ୍ରାଫ୍ଟ ବନେଇବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପୋଯଗ କରେ। କମ୍ପାନୀ କହିଛି ଯେ ଏହି ବୈଶିଷ୍ଟ୍ୟ ବ୍ୟବହାରକାରୀଙ୍କ ପ୍ରମ୍ପ୍ଟ ସାହାଯ୍ୟରେ ମେସେଜ ଟାଇପ୍ କରିପାରିବ।

ଗୁଗୁଲ୍ ଏହା ମଧ୍ୟ କହିଛି ଯେ ଜିମେଲରେ ନୂତନ ଏଆଇ-ଇନବିଲ୍ଡ ‘ହେଲପି ମି ରାଇଟ’ ଫିଚର ଏପରି ଭାବେ ବ୍ୟବହାର କରାଯାଇପାରିବ ଯେପରିକି ସେ ନିଜ ସ୍ପୋର୍ଟ ପେଜ୍‌ ଜରିଆରେ ଇମେଲ ପ୍ରସ୍ତୁତ କରିପାରିବ। ୟୁଜର୍ସ ଆଇଓଏସ ଏବଂ ଆଣ୍ଡ୍ରଏଡ୍ ପାଇଁ ଜିମେଲରେ କମ୍ପୋଜ ବଟନ୍ ଟ୍ୟାପ୍ କରିପାରିବେ ଏବଂ ସ୍କ୍ରିନ୍ ର ନିମ୍ନ ଡାହାଣରେ ‘ହେଲ୍ ମି ରାଇଟ’ ଫିଚର ଚୟନ କରିପାରିବେ।

ବର୍ତ୍ତମାନ ‘ମୋ ଚାକିରି ଇଣ୍ଟର୍ଭ୍ୟୁ ପାଇଁ ଧନ୍ୟବାଦ ଦରଖାସ୍ତ’ କିମ୍ବା ‘ଏକ ଚାରିକି ପାଇଁ ଦରଖାସ୍ତ’ ଭଳି ପ୍ରମ୍ପ୍ଟ ପ୍ରବିଷ୍ଟ କରିବାକୁ ପଡିବ। ଅର୍ଥାତ ମେସେଜ୍ ଟାଇପ୍ ହେବା ପରେ ଏଆଇ ଏକ ମେଲ୍ ଜେନେରେଟ କରିବ। ଉପଭୋକ୍ତା ଏହି ମେଲକୁ ଏଡିଟ୍ କରିପାରିବେ କିମ୍ବା ସିଧାସଳଖ ପଠାଇ ପାରିବେ।

ଜିମେଲ ନିଜେ ଲେଖି ପାରିବ କି ମେଲ୍ ?

ଏହି ନୂତନ ‘ହେଲପ୍ ମି ରାଇଟ’ ଫିଚର ବ୍ୟବହାର କରିବାକୁ ହେଲେ ଉପଭୋକ୍ତାଙ୍କୁ କେବଳ ଏକ ଇମେଲ୍ ଟାଇପ୍ କରି ଗୋଟିଏ ଧାଡି ଆରମ୍ଭ କରିବାକୁ ପଡିବ। ଆଉ ତାପରେ “ହେଲପ୍‌ ମି ରାଇଟ” ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ। ଏଆଇ ତାପରେ ସ୍ୱୟଂଚାଳିତ ଭାବରେ ଇମେଲର ଏକ ଡ୍ରାଫ୍ଟ ସୃଷ୍ଟି କରିବ, ଯାହା ଉପଭୋକ୍ତାମାନେ ଆବଶ୍ୟକ ଅନୁଯାୟୀ ଏଡିଟ୍ କରି ପଠାଇ ପାରିବେ। ବାସ୍ତବରେ ଜିମେଲକୁ ଏଆଇ ସହିତ ସଂୟୁକ୍ତ କରାଇଛି, ଯାହା ବ୍ୟବହାରକାରୀଙ୍କ ନିର୍ଦ୍ଦେଶରେ ବାର୍ତ୍ତା ଟାଇପ୍ କରିବାରେ ସେ ସକ୍ଷମ।

Comments are closed.