ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜନ ଗୁଗୁଲ୍ ର ସେବା ସାରା ବିଶ୍ୱରେ ବ୍ୟାହତ ହୋଇଛି ।
କମ୍ପାନୀର ସୂଚନାନୁଯାୟୀ ଗୁଗୁଲର ଜିମେଲ୍ ସର୍ଭର ଡାଉନ୍ ହୋଇଯାଇଛି । ଯେଉଁଥିପାଇଁ ଭାରତ ସମେତ ଅନେକ ଦେଶରେ ୟୁଜର୍ସ ଇ-ମେଲ୍ ପଠାଇବାରେ ଅସୁବିଧାର ସମ୍ମ୍ୁଖୀନ ହେଉଛନ୍ତି ।
ଜିମେଲ୍ ବ୍ୟତିତ ଗୁଗୁଲ୍ ଡ୍ରାଇଭ, ଗୁଗୁଲ୍ କିପ୍, ଗୁଗୁଲ୍ ଚାର୍ଟ ଓ ଗୁଗୁଲ୍ ମିଟ୍ କୁ ମଧ୍ୟ ଚଳାଇବାରେ ୟୁଜର୍ସଙ୍କୁ ଅସୁବିଧା ହୋଇଥିଲା ।
ଖୁବ୍ ଶୀଘ୍ର ଏହାକୁ ଫିକ୍ସ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା । ସେହିପରି ଡାଉନଡିଟେକ୍ଟ ମୁତାବକ ୟୁଟ୍ୟୁବର ସର୍ଭରରେ ମଦ୍ୟ କିଛଇ ସମସ୍ୟା ଦେଖା ଯାଇଥିଲା । ଯେଉଁଥିପାଇଁ ଭିଡିଓ ଅପଲୋଡ କରିବାରେ ସମସ୍ୟା ଦେଖା ଦେଇଥିଲା ।
Comments are closed.