Latest Odisha News

BREAKING NEWS

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ‘ଡିପ୍ଲୋମା ଇନ୍ ହାପିନେସ୍’ ପାଠ୍ୟକ୍ରମ…

ଆସନ୍ତା ଶିକ୍ଷା ବର୍ଷରୁ ଏହି ପାଠ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ସମ୍ବଲପୁରରେ ଥିବା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମୟୁ)ରେ ଆସନ୍ତା ଶିକ୍ଷା ବର୍ଷରୁ ଡିପ୍ଲୋମା ଇନ୍ ହାପିନେସ୍ ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି।

ଏହି ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ପୂର୍ବରୁ ଅନେକ ପ୍ରସ୍ତାବ ଚାଲିଥିଲା। ଯେଉଁଥିପାଇଁ ବର୍ତ୍ତମାନ ବିଶ୍ୱବିଦ୍ୟାଳୟର ବସନ୍ତପୁର କ୍ୟାମ୍ପସ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ନେଇ କୁହାଯାଉଛି। ରାଜ୍ୟବ୍ୟାପୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଏବଂ ବଢ଼ୁଥିବା ଚାପ ସ୍ତରକୁ ନଜରରେ ରହି ଏହି ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଉଥିବା ନେଇ କୁହାଯାଉଛି।ତେବେ ଏହି ପାଠ୍ୟକ୍ରମ ଛଅ ମାସର ରହିବ। ଯେଉଁଥିରେ ଭାବପ୍ରବଣ ବୁଦ୍ଧିମତ୍ତା, ଚାପ ହ୍ରାସ କରିବା ସହ ଧୈର୍ଯ୍ୟ ବୃଦ୍ଧି ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିବା ରେ ସାହାଯ୍ୟ କରିବ।ଏଥିସହିତ ସଚେତନତା ଏବଂ ନିଷ୍ପତ୍ତି ଗ୍ରହଣ, ସାମାଜିକ ଗଣମାଧ୍ୟମ ଚ୍ୟାଲେଞ୍ଜର ମୁକାବିଲା, ଜୀବନଶୈଳୀ ପରିବର୍ତ୍ତନ ଏବଂ ସଂରଚିତ ଶିକ୍ଷା ଏବଂ ଇଣ୍ଟରାକ୍ଟିଭ୍ ଅଧିବେଶନ ମାଧ୍ୟମରେ ଶିକ୍ଷାଗତ ଚାପ ଉପରେ ଧ୍ୟାନ ଦେବ ବୋଲି ” ଜିଏମୟୁର ଡେପୁଟି ରେଜିଷ୍ଟ୍ରାର ଉମା ଚରଣ ପତି କହିଛନ୍ତି।

ତେବେ ଆଗାମୀ ଦିନରେ ପାଠ୍ୟକ୍ରମର ଅବଧି ବୃଦ୍ଧି କରିବା ନେଇ କିମ୍ବା ଏହାକୁ ଡିଗ୍ରୀ ପ୍ରୋଗ୍ରାମକୁ ଅପଗ୍ରେଡ୍ କରାଯିବ କି ନାହିଁ ସେ ବିଷୟରେ ଆଲୋଚନା ହୋଇପାରେ ବୋଲି ସେ କହିଛନ୍ତି।

ଏହା ବ୍ୟତୀତ ବିଶ୍ୱବିଦ୍ୟାଳୟରେ ଜେଣ୍ଡର ଷ୍ଟଡ଼ିଜକୁ ନେଇ ଏକ କାର୍ଯ୍ୟକ୍ରମ ଆରମ୍ଭ ହେବାନେ଼ଇ ମଧ୍ୟ ଆଲୋଚନା ଚାଲିଛି। ଏହି ପାଠ୍ୟକ୍ରମରେ ଉଭୟ ସାର୍ଟିଫିକେଟ୍ ଓ ଡିପ୍ଲୋମା ଅପ୍ସନ୍ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଉଭୟ କାର୍ଯ୍ୟକ୍ରମ ଆନ୍ତଃବିଭାଗୀୟ ହେବ। ଯେଉଁଥିରେ ଜୀବନ ବିଜ୍ଞାନ, ସ୍ୱାସ୍ଥ୍ୟ ବିଜ୍ଞାନ, ସମାଜବିଜ୍ଞାନ, ମନସ୍ତତ୍ତ୍ୱ, ଦର୍ଶନ ଏବଂ ନୃବିଜ୍ଞାନ ଭଳି ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ କରାଯିବ ଓ ଏଥିରେ ବିଭିନ୍ନ ବିଭାଗର ଅଧ୍ୟାପକମାନେ ମଧ୍ୟ ଶିକ୍ଷାଦାନରେ ଯୋଗଦାନ ଦେବେ।

 

Comments are closed.