Latest Odisha News

କଂଗ୍ରେସରୁ ଆଜାଦ ହେବା ପରେ ଏବେ ପାର୍ଟି ପାଇଁ ଦେବେ ହିନ୍ଦୁସ୍ତାନୀ ନାମ

ଶ୍ରୀନଗର: କଂଗ୍ରେସ ସହ ଦୀର୍ଘ ଦିନର ସମ୍ପର୍କ ଚ୍ଛିନ୍ନ କରିବା ପରେ ଏବେ ଗୁଲାମ ନବୀ ଆଜାଦ ତାଙ୍କ ରାଜନୈତିକ କ୍ୟାରିୟରର ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ରବିବାର ଜମ୍ମୁର ସୈନିକ ସ୍କୁଲରେ ସେ ତାଙ୍କ ପ୍ରଥମ ରାଲୀ କରିଛନ୍ତି । କଂଗ୍ରେସକୁ ଟାର୍ଗେଟ କରିବା ସହ ସେ ତାଙ୍କ ନୂତନ ଦଳ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଜମ୍ମୁ ଆଣ୍ଡ କଶ୍ମୀରରେ ଲୋକେ ମୋ ପାର୍ଟିର ନାମ ଦେବେ । ଏହା ଏକ ହିନ୍ଦୁସ୍ତାନୀ ନାମ ହୋଇଥିବ ଯାହାକୁ ସମସ୍ତେ ପସନ୍ଦ କରିବେ । ମୁଁ କଂଗ୍ରେସ ପାଇଁ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ କାର୍ଯ୍ୟ କରିଛି କିନ୍ତୁ କିଛି ପାଇ ନାହିଁ । ଏଠାକୁ ଆସିବା ପରେ ସାଧାରଣ ଜନତାଙ୍କ ସ୍ନେହ ମୋତେ ଉତ୍ସାହିତ କରିଛି । ମୋ ପାଇଁ ଅନେକ ତାଙ୍କ ରାଜନୈତିକ କ୍ୟାରିୟରକୁ ବାଜିରେ ଲଗାଇ ଦଳ ଛାଡିଛନ୍ତି ।

ଆମ ଝାଳ ରକ୍ତରେ କଂଗ୍ରେସ ତିଆରି ହୋଇଥିଲା ଅଥଚ ସେମାନେ ଆମକୁ ଅଣଦେଖା କରୁଛନ୍ତି ବୋଲି ସେ କ୍ଷୋଭର ସହ କହିଥିଲେ । ଅଗଷ୍ଟ ୨୬ରେ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏହା ପରେ କଶ୍ମୀରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ, ୮ଜଣ ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ ଓ ୯ ବିଧାୟକ ସମେତ ଅନେକ ପଂଚାୟତସ୍ତରୀୟ ନେତା ଦଳ ଛାଡି ସାରିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ଆଜାଦଙ୍କ ଦଳ ଟ୍ରମ୍ପ କାର୍ଡ ସାଜିବାକୁ ଯାଉଛି ବୋଲି ସମୀକ୍ଷକମାନେ କହିଛନ୍ତି ।

Comments are closed.