ଭୁବନେଶ୍ୱର: ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଥିବା ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC) ଆଉ ପାଦେ ଆଗକୁ ଯାଇଛି। ଓଡ଼ିଶାର ପର୍ଯ୍ୟଟକ ମାନଙ୍କର ସୁଖ ସୁବିଧା କୁ ଦୃଷ୍ଟିରେ ରଖି ବର୍ତ୍ତମାନ ଓଟିଡିସି ଗୋ-ଗ୍ଲୋବାଲ ନାମରେ ଏକ ବିଦେଶ ଭ୍ରମଣର ଏକ ସୁଲଭ ତଥା ସ୍ୱତନ୍ତ୍ର ପ୍ୟାକେଜ ଉପଲବ୍ଧ କରାଇଛି।
ଏବେ ଆପଣ ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଇଣ୍ଡୋନେସିଆ ଆଦି ଦେଶ ବୁଲିବାକୁ ଯୋଜନା କରିପାରିବେ ଆମର ଏହି ନୂତନ ପ୍ୟାକେଜ ମାଧ୍ୟମରେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର @ShreemayeeM ଏହି ପ୍ୟାକେଜକୁ ଉନ୍ମୋଚନ କରିଛନ୍ତି।@TourismDptt @odisha_tourism @panigrahi_jp @iasvishalkdev@IPR_Odisha pic.twitter.com/H9u1pEUwhz
— Odisha Tourism Development Corporation (@OTDCofficial) February 27, 2020
ଏହି ବିଦେଶ ଭ୍ରମଣ ମଧ୍ୟରେ ଓଡ଼ିଶାର ପର୍ଯ୍ୟଟକ ମାନେ ଥାଇଲାଣ୍ଡ, ମଲେସିୟା ,ସିଙ୍ଗାପୁର , ଇଣ୍ଡୋନେସିଆ ର ବାଲି ,ଏବଂ ଦୁବାଇ ଇତ୍ୟାଦି ସ୍ଥାନକୁ ବୁଲିବାକୁ ଯାଇପାରିବେ।ଯେଉଁ ପର୍ଯ୍ୟଟକ ମାନେ ଥାଇଲାଣ୍ଡ ଯିବେ ସେମାନଙ୍କ ଜଣ ପ୍ରତି ୨୪’୯୯୦ଟଙ୍କା ଦେୟ ଥିବା ବେଳେ ମଲେସିୟା ପାଇଁ ୨୯,୯୯୦ଟଙ୍କା ,ସିଙ୍ଗାପୁର ପାଇଁ ୩୯,୯୯୦ଟଙ୍କା ,ଇଣ୍ଡୋନେସିଆ ର ବାଲି ପାଇଁ୩୪,୯୯୦ଟଙ୍କା ଏବଂ ଦୁବାଇ ନିମନ୍ତେ ୫୩,୯୯୦ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି।
ଏହି ସମସ୍ତ ସ୍ଥାନକୁ ଯିବାଆସିବା ଓ ରହିବା ସମୟ ତିନି ରାତି ଓ ଚାରିଦିନ ମଧ୍ୟରେ ସୀମିତ ରବିବ ।ଏହି ଦେୟ ମଧ୍ୟରେ ଯିବାଆସିବା ଭଡା ,ଭିସା ଖର୍ଚ୍ଚ , ଭ୍ରମଣ ବୀମା , ହୋଟେଲ ରହଣି , ପ୍ରାତଃ ଭୋଜନ, ରାତ୍ରି ଭୋଜନ ଇତ୍ୟାଦି ଅନ୍ତର୍ଭୁକ୍ତ ବୋଲି ଆଜି ଓଟିଡିସି ପକ୍ଷରୁ ସ୍ଥାନୀୟ ପାନ୍ଥ ନିବାସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଗମର ଅଧକ୍ଷା ଶ୍ରୀମୟୀ ମିଶ୍ର ପ୍ରକାଶ କରିଛନ୍ତି।
Comments are closed.