Latest Odisha News

BREAKING NEWS

ଏଣିକି ବିନା କୋଭିଡ୍‌-୧୯ ଟେଷ୍ଟରେ ବୁଲିପାରିବେ ଗୋଆ !

ଗୋଆ: ଯଦି ଗୋଆ ବୁଲିବାକୁ ଇଛା । ତେବେ ଆପଣଙ୍କ ପାଇଁ ରହିଛି ଖୁସୀ ଖବର । ସେପ୍ଟେମ୍ବର ମାସରୁ ବିନା କୋଭିଡ୍ ଟେଷ୍ଟରେ ପର୍ଯ୍ୟଟକଙ୍କ ପାଇଁ ଗୋଆରେ ପ୍ରବେଶ ଅନୁମତି ମିଳିଛି । ଏପରିକି ଗୋଆ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବାର ଓ ରେଷ୍ଟୁରାଣ୍ଟ ବି ଖୋଲିଛି ।

ତେବେ ଗୋଆ ଯିବା ପାଇଁ ଆପଣଙ୍କୁ ନିଜସ୍ୱ କିମ୍ବା ଭଡା ଯାନବାହାନର ବ୍ୟବହାର କରିବାକୁ ପଡିବ । ପୂର୍ବରୁ ଗୋଆରେ ପ୍ରବେଶ ପାଇଁ କୋଭିଡ-୧୯ ଟେଷ୍ଟ ବାଧ୍ୟତାମୂଳକ ଥିଲା । ଏପରିକି ନେଗେଟିଭ ରିପୋର୍ଟ ବି ଦାଖଲ କରିବାକୁ ପଡୁଥିଲା । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ଘୋଷଣା ପରେ ଗୋଆରେ କୌଣସି କଟକଣା ନଥିଲେ ବି କିଛି ନିର୍ଦ୍ଧିଷ୍ଟ ନିୟମ ମାନିବାକୁ କୁହାଯାଇଛି ।

ପୂର୍ବରୁ ଇ-ପାସ୍ ବିନା ଗୋଆକୁ ପ୍ରବେଶ ଅନୁମତି ମିଳୁନଥିଲା । ହେଲେ ଏବେ ଅନ୍ତଃରାଜ୍ୟ କଟକଣା ମଧ୍ୟ ନାହିଁ । ସର୍ଭେ ଅନୁସାରେ ଭାରତର ୫୨ପ୍ରତିଶତ ଲୋକ ଲକ୍‌ଡାଉନ୍ ପରେ ଗୋଆ ଯିବାକୁ ମନ ବଳାଇଛନ୍ତି । ଏହି ରିପୋର୍ଟକୁ ନଜରରେ ରଖି ରେଷ୍ଟୁରାଣ୍ଟ, ବାର୍ ଓ ମର୍କେଟ୍ ଖୋଲିବାକୁ ସ୍ଥାନୀୟ ସରକାର ଅନୁମତି ଦେଇଛନ୍ତି । ଯଦି କୌଣସି ବାହାର ବ୍ୟକ୍ତି ଗୋଆରେ ଥିଲାବେଳେ କରୋନାରେ ସଂକ୍ରମିତ ହୁଅନ୍ତି କିମ୍ବା ତାଙ୍କ ଦେହରେ ଲକ୍ଷଣ ଦେଖାଦେବ । ତେବେ ସେମାନଙ୍କ ପରୀକ୍ଷଣ ସମେତ ଚିକିତ୍ସା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

Leave A Reply

Your email address will not be published.