Latest Odisha News

BREAKING NEWS

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ସୁଇମିଂ କୋଚ୍

ପାଣାଜୀ: ଗୋଆର ମାପୁସା ସନ୍ତରଣ କେନ୍ଦ୍ରରେ ପ୍ରଶିକ୍ଷଣ ଦେଉଥିବା ସୁରଜିତ ଗାଙ୍ଗୁଲୀ ନାମକ ଜଣେ କୋଚଙ୍କୁ ପୋଲିସ ଏକ ଦୁଷ୍କର୍ମ ଅଭିଯୋଗରେ ଦିଲ୍ଲୀରୁ ଗିରଫ ହୋଇଥିବା ଏନଡ଼ିଟିଭିରେ ଖବର ପ୍ରକାଶିତ ହୋଇଛି ।

BjdElectrycity

ମିଳିଥିବା ସୂଚନା ଅନୁଯାୟୀ, ସ୍ୱିଇମିଂ କୋଚ୍ ସୁରଜିତ ସନ୍ତରଣ କେନ୍ଦ୍ରରେ ଜଣେ ୧୫ ବର୍ଷୀୟା ଜାତୀୟ ସ୍ତରର ସନ୍ତରଣ ତାରକାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ନେଇ ତାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ନାବାଳିକା ସନ୍ତରଣକାରୀଙ୍କୁ ଯୌନ ନିର୍ଯ୍ୟାତନ ଦେଉଥିବାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାପରେ ଏହି ଘଟଣା ସମ୍ପର୍କରେ ସୂଚନା ମିଳିଥିଲା । ଏହି ଭିଡ଼ିଓକୁ ଆଧାରକରି ପୀଡ଼ିତାଙ୍କ ବାପା ଗୋଆ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

ଏହି ଘଟଣାପରେ ଗୁରୁବାରଠାରୁ ଅଭିଯୁକ୍ତ କୋଚ୍ ଜଣକ ଫେରାର୍ ହୋଇଯାଇଥିଲେ । ଏସମ୍ପର୍କରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜ୍ଜୁ ହସ୍ତକ୍ଷେପ କରିବା ସହିତ ଦୋଷୀକୁ କଠିନରୁ କଠିନ ଦଣ୍ଡ ବିଧାନ କରିବା ନେଇ ପ୍ରକାଶ କରିଥିଲେ ।

ଉଭୟ କୋଚ୍ ଓ ପୀଡ଼ିତାଙ୍କ ଘର ପଶ୍ଚିମବଙ୍ଗରେ । ଦୀର୍ଘଦିନ ଧରି ପୀଡ଼ିତାଙ୍କୁ ଏହି ଜାତୀୟ କୋଚ୍ ଯୌନ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ କରିଛନ୍ତି ପୀଡ଼ିତା । କୋଚ୍ ସୁରଜିତ ମଧ୍ୟ ୮୦ ଦଶକର ଜଣେ ଜାତୀୟ ରେକର୍ଡ଼ଧାରୀ ସନ୍ତରଣକାରୀ ଭାବେ ପ୍ରସିଦ୍ଧି ଲାଭ କରିଥିଲେ । ସେ ଜାତୀୟ କୋଚ୍ ଭାବେ ଗୋଆ ସନ୍ତରଣ ସଂଘର ମାପୁସା ପ୍ରଶିକ୍ଷଣ କେନ୍ଦ୍ରରେ ସ୍ୱିଇମିଂ ପ୍ରଶିକ୍ଷକ ଭାବେ ଛୋଟ ଛୋଟ ପିଲାମାନଙ୍କୁ ସନ୍ତରଣ ପ୍ରଶିକ୍ଷଣ ଦେଉଥିଲେ ।

Leave A Reply

Your email address will not be published.