Latest Odisha News

BREAKING NEWS

ବୁର୍ଜ ଖଲୀଫାଠାରୁ ଅଧିକ ଉଚ୍ଚତାର ଟାୱାର କରିବ ସାଉଦିଆରବ

ରିୟାଦ: ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ ସଲମାନ ପଡୋଶୀ ଦେଶ ୟୁଏଇକୁ ଟକ୍କର ଦେବା ପାଇଁ ଅଂଟା ଭିଡିଛନ୍ତି । ସାଉଦିଆରବ ୟୁଏଇର ବୁର୍ଜ ଖଲୀଫାଠାରୁ ଅଧିକ ଉଚ୍ଚତାର ଟାୱାର କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି । ଏହା ମାଧ୍ୟମରେ ସାଉଦିଆରବ ବିଶ୍ୱରେକର୍ଡ କରିବା ଲକ୍ଷ୍ୟରେ ମଧ୍ୟ ରହିଛି । ୧୮କିମି ଅଂଚଳରେ ଏହି ଟାୱାର ନିର୍ମାଣ କରାଯିବ । ବୁର୍ଜ ଖଲୀଫା ୮୨୮ ମିଟର ଉଚ୍ଚତା ହୋଇଥିବା ବେଳେ ଏହି ଟାୱାର ଏହାଠାରୁ ୨ଗୁଣ ଅଧିକ ଉଚ୍ଚତା ହେବ । ରିପୋର୍ଟ ମୁତାବକ ଏଥିରେ ୫୦୦ କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ ହେବ । ଏହାର ଡିଜାଇନ ନେଇ ସାଉଦି ଆରବରେ ଏକ ପ୍ରତିଯୋଗିତାର ଆୟୋଜନ କରାଯାଇଛି ।

ବିଶ୍ୱର ୮ଟି ବଡ କମ୍ପାନୀ ଏଥିରେ ଅଂଶଗ୍ରହଣ କରିବେ । ବୁର୍ଜ ଖଲୀଫା ଯୋଗୁ ଦୁବାଇ ମାଲାମାଲ ହୋଇଚାଲିଛି । ସୂଚନାଯୋଗ୍ୟ, କିଂଗ ସଲମାନ କିଛି ଦିନ ତଳେ ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି । ଏହା ୫୭ କିଲୋମିଟର ଅଂଚଳରେ ପରିବ୍ୟାପ୍ତ ହେବ ।

Leave A Reply

Your email address will not be published.