ନୂଆଦିଲ୍ଲୀ: ପଞ୍ଜାବର ମୋହାଲି ମୋମୋ ଫ୍ୟାକ୍ଟ୍ରିରୁ କୁକୁରର କଟା ମୁଣ୍ଡ ବାହାରିବା ଘଟଣା । ସାମମ୍ନାକୁ ଆସିଲା ପ୍ରକୃତ ସତ୍ୟ । କୁକୁର ମୁଣ୍ଡ ନୁହେଁ ଥିଲା ଏହି ପଶୁର ମାଂସ। ବାସ୍ତବରେ ସେହି ମୁଣ୍ଡଟି କୁକୁର ନୁହେଁ ବରଂ ଛେଳିର ଥିବା ନେଇ ରିପୋର୍ଟରୁ ଜଣା ପଡିଛି । ମୁଣ୍ଡର ଚମଡା ବାହାରି ଯାଇଥିବାରୁ ଏହା କୁକୁରର ମୁଣ୍ଡ ପରି ସନ୍ଦେହ କରାଯାଉଥିଲା । ମୁଣ୍ଡର ନମୁନାକୁ ନେଇ ପରୀକ୍ଷା କରିବା ପରେ ଏହା କୁକୁର ନୁହେଂ ବରଂ ଛେଳି ମୁଣ୍ଡ ବୋଲି ସ୍ପଷ୍ଟ ହୋଇଛି ।
ସୂଚନା ଅନୁସାରେ, ପଞ୍ଜାବର ମୋହାଲିରେ ଗତ ଦୁଇ ବର୍ଷ ଧରି ମୋମୋସ୍ ତିଆରି ହେଉଥିବା ଏକ କାରଖାନାର ଫ୍ରିଜରୁ ଏକ କୁକୁରର କଟା ମୁଣ୍ଡ ମିଳିଥିବା ନେଇ କିଛି ଦିନ ତଳେ ଖବର ମିଳିଥିଲା । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଏହା ସହ କିଛି ମାଂସ ମଧ୍ୟ ମିଳିଥିଲା ଯାହାକୁ ଜବତ କରଯାଇ ତଦନ୍ତ ପାଇଁ ପଠାଇଥିଲା ପୋଲିସ । ତେବେ ଏହି କାରଖାନାରେ ମୋମୋ ଏବଂ ସ୍ପ୍ରିଙ୍ଗ ରୋଲ୍ ତିଆରି କରାଯାଇ ବିଭିନ୍ନ ସ୍ଥାନକୁ ପଠା ଯାଉଥିଲା। କୁକୁରର ମୁଣ୍ଡ ଏବଂ ମାଂସ ମିଳିଥିବା ଭାବି ସାଧାରଣରେ ପ୍ରଶ୍ନ ଉଠିଥିଲା ଯେ, କଣ ମୋମୋରେ ଏହି ମାଂସ ମିଶାଇ ଲୋକଙ୍କୁ ଦିଆଯାଉଥିଲା କି? ସେଠାରେ କାମ କରୁଥିବା ଲୋକମାନେ ଏହାକୁ ଖାଇଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଥିଲା । ଚଢଉ ସମୟରେ ସେଠାରୁ ଫ୍ରୋଜେନ୍ ମାଂସ ଏବଂ କ୍ରଶର ମେସିନ୍ ମଧ୍ୟ ମିଳିଥିଲା। ତେବେ ମୋମୋ, ସ୍ପ୍ରିଙ୍ଗ ରୋଲ୍ ଏବଂ ଲାଲ ଚଟଣିର ନମୁନା ଗୁଡିକୁ ମଧ୍ୟ ପରୀକ୍ଷା ପାଇଁ ଲାବ୍ରୋଟୋରିକୁ ପଠାଇଥିଲା ପୋଲିସ । ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ତାହା କୌଣସି କୁକୁର ନୁହେଁ ବରଂ ଛେଳିର ମାଂସ ଏବଂ ମୁଣ୍ଡ ଥିଲା ।
ମିଳିଥିବା ରିପୋର୍ଟରେ ସ୍ପଷ୍ଟ କରାଯାଇଛି ଯେ, ଏହି ମାଂସ ଖଣ୍ଡର ଓଜନ ପାଖାପାଖି ଅଧକିଲୋ ଥିଲା ଏବଂ ଏହାର ଆକାର ୧୦ ଇଞ୍ଚ ଲମ୍ବା ଏବଂ ୬ ଇଞ୍ଚ ଚଉଡା ଥିଲା। ମାଂସ ଖଣ୍ଡଟି ଛେଳିର ମାଂସ ଥିଲା। ତେବେ ଜବତ ହେବା ବେଳେ ମାଂସର ଉପରେ ଚମଡ଼ା ନଥିଲା। ତେଣୁ ଏହା କୁକୁର ନା ଅନ୍ୟ କୌଣସି ପ୍ରାଣୀ ତାହା ନିର୍ଣ୍ଣୟ କରିବା ସମ୍ଭବ ହୋଇନଥିଲା।
Comments are closed.