Latest Odisha News

ଛେଳି ବେପାରୀଙ୍କୁ ଗୁଳିକରି ଲୁଟି ନେଲେ ୯ଲକ୍ଷ ଟଙ୍କା

ସୁନ୍ଦରଗଡ଼ : ଛଟେନପାଳି ତାରିଣୀ ମନ୍ଦିର ନିକଟରେ ଗୁଳିକାଣ୍ଡ । ଛେଳି ବେପାରୀଙ୍କୁ ଗୁଳି କରି ଲୁଟିନେଲେ ୯ଲକ୍ଷ ଟଙ୍କା । ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଲେଫ୍ରିନଡ଼ା ଥାନା ଅନ୍ତର୍ଗତ ଛଟେନପାଳି ତାରିଣୀ ମନ୍ଦିରଠାରେ ଗୁଳିକାଣ୍ଡ ଘଟିଛି ।

ସୂଚନା ଅନୁଯାୟୀ, ମୃତକ ଛେଳି ବେପାରୀ ଜଣକ ହେଉଛନ୍ତି ତାଳମୁଣ୍ଡା ଗାଁର ପ୍ରଭାତ ନାଏକ । ପ୍ରଭାତ ଗୁଣ୍ଡିଆଡ଼ିହି ହାଣିପାନୀ ବଜାରକୁ ଛେଳି କିଣିବା ପାଇଁ ଯାଉଥିଲେ ସେହି ସମୟରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ପ୍ରଭାତକୁ ଧକ୍କା ଦେଇଥିଲେ । ପ୍ରଭାତ ବାଇକ ସହ ତଳେ ପଡିଯାଇଥିଲେ । ପ୍ରଭାତ ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେହି ସମୟରେ ଜଣେ ଦୁର୍ବୃତ୍ତ ପ୍ରଭାତଙ୍କ ଉପରକୁ ଗୁଳିମାଡ଼ କରିଥିଲେ  । ଗୁଳି ମାଡ଼ରେ ପ୍ରଭାତ ତଳେ ଟଳିପଡ଼ିଥିଲେ  । ଏହା ପରେ ଦୁର୍ବୃତ୍ତମାନେ ମୃତକଙ୍କ ହାତରୁ ଟଙ୍କାମୁଣି ନେଇ ଫେରାର ହୋଇଯାଇଥିଲେ । ଏନେଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

 

Comments are closed.