Latest Odisha News

BREAKING NEWS

ଶିକ୍ଷକ ଦମ୍ପତିଙ୍କ ଘରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ରୂପା ଅଳଙ୍କାର ଲୁଟ୍

ଯାଜପୁର: ଦିନ ଦ୍ଵିପରରେ ଝରକା ଗ୍ରିଲ୍ ଭାଙ୍ଗି ଲୁଟ୍ । ଯାଜପୁର ଜିଲ୍ଲା ସଦର ମହକୁମା ସ୍ଥିତ ବେଲାରପୁର ନିକଟରେ ଶିକ୍ଷକ ଦମ୍ପତିଙ୍କ ଘରୁ ଲୁଟ୍ ହୋଇ ଥିବା ଅଭିଯୋଗ ହୋଇଛି । ଏହି ଶିକ୍ଷକ ଦମ୍ପତ୍ତି ହେଲେ ମମତା ସୁତାର ଓ ନିହାର ରଞ୍ଜନ ଓଝା । ଉଭୟ ପତିପତ୍ନୀ ପୃଥକ୍ ପୃଥକ୍ ଦୁଇଟି ସରକାରୀ ବିଦ୍ୟାଳୟରେ ଶିକ୍ଷକତା କରନ୍ତି । ସବୁଦିନ ପରି ଗତକାଲି ଦମ୍ପତ୍ତିଙ୍କ ପୁଅ ଝିଅ ଦୁହେଁ ପାଠ ପଢିବାକୁ ସ୍କୁଲକୁ ଯାଇଥିଲେ ।

ସେହିପରି ଶିକ୍ଷକ ଦମ୍ପତ୍ତି ମଧ୍ୟ ନିଜ ନିଜ ସ୍କୁଲକୁ ବାହାରି ଯାଇଥିଲେ । ଘରେ କେହି ନଥିବା ବେଳେ ଲୁଟେରା ମାନେ ଯୋଜନାବଦ୍ଧ ଭାବେ ପଛପଟ ଘରର ଝରକା ଗ୍ରିଲ୍ ଭାଙ୍ଗି ଘର ଭିତରେ ପଶିଥିଲେ । ଏହାପରେ ଘରର ତିନୋତି ବଖରାରେ ଥିବା ଆଲମିରା ଭାଙ୍ଗି ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ରୂପା ଅଳଂକାର ସହିତ ନଗଦ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଲୁଟ୍ କରି ନେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି ।

ଆଜି ଟାଉନ ପୋଲିସର ଏକ ଟିମ୍, ସାଇଣ୍ଟିଫିକ ଟିମ୍ ଓ ପୋଲିସ କୁକୁର ସହାୟତାରେ ଘଟଣାର ତଦନ୍ତ ଜାରି ରଖିଛି । ତେବେ ପୋଲିସ ଖୁବ୍ ଶୀଘ୍ର ଏହି ଲୁଟ୍ ଘଟଣାରେ ସଂପୃକ୍ତ ଚୋରଙ୍କୁ ମାନଙ୍କୁ ଧରିବା ସହିତ ଚୋରୀ ସାମଗ୍ରୀ ଓ ନଗଦ ଟଙ୍କା ଧରପଡ଼ିବ ବୋଲି ପ୍ରତିଶ୍ରୁତି ଦେଇଛି ।

ସେପଟେ ଏହି ଘଟଣାରେ ଅଭିଯୋଗକାରୀ ଦମ୍ପତ୍ତି ଦୁଃଖରେ ଭାଙ୍ଗି ପଡିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Comments are closed.