Latest Odisha News

BREAKING NEWS

Gold prices fall: ଖସିଲା ସୁନା ଦର; ଜାଣନ୍ତୁ କେତେ ରହିଛି…

ଭୁବନେଶ୍ବର: ଆପଣ ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ସୁନା ଦର ଏବେ କମିବାରେ ଲାଗିଛି । ଗ୍ରାହକଙ୍କ ପାଇଁ ଏହା ଆଶ୍ବସ୍ତି ଖବର ।

ଗତକାଲି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୨୨,୪୦୦ ଟଙ୍କା ଥିଲା । ଆଜି ୯୨୦ ଟଙ୍କା କମି ୧,୨୧,୪୮୦ ଟଙ୍କା ହୋଇଛି। ସେହିପରି ଗତ କାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୧୨,୨୦୦ ଟଙ୍କା ଥିବା ବେଳେ ଆଜି ୮୫୦ ଟଙ୍କା କମି ୧,୧୧,୩୫୦ ଟଙ୍କା ହୋଇଛି।

ସେହିପରି ରୂପା ଦର ମଧ୍ୟ କମିଛି । ଗତ କାଲି ଭୁବନେଶ୍ବରରେ ୧ କିଲୋଗ୍ରାମ୍ ରୂପା ଦର ୧,୬୬,୦୦୦ ଟଙ୍କା ଥିବା ବେଳେ ଆଜି ୧୦୦୦ ଟଙ୍କା କମି ୧,୬୫,୦୦୦ ଟଙ୍କାରେ ପହଞ୍ଚିଛି।

Comments are closed.