Latest Odisha News

ମହିଳା ଡାକ୍ତରଙ୍କଠାରୁ ସୁନା ଚେନ ଲୁଟ ମାମଲା: ୨ ଅଭିଯୁକ୍ତଙ୍କୁ ୨ ବର୍ଷ ସଶ୍ରମ ଦଣ୍ଡାଦେଶ

ଭୁବନେଶ୍ୱର: ଦୀର୍ଘ ଦିନ ଧରି ସୁନା ଲୁଟ କରି ଆସୁଥିବା ୨ ଅଭିଯୁକ୍ତଙ୍କୁ କୋର୍ଟଙ୍କ ଜେଲ ଦଣ୍ଡାଦେଶ। ଆଜି ଭୁବନେଶ୍ୱରସ୍ଥିତ ପ୍ରଥମ ଶ୍ରେଣୀ ବିଚାରପତି (୫) ସବ୍ୟସାଚୀ ପଣ୍ଡାଙ୍କ ଦ୍ୱାରା ଆସାମୀ ପ୍ରଦୀପ କୁମାର ଓ ବିକାଶ କୁମାରଙ୍କୁ ସୁନା ଚେନ ଲୁଟ ମାମଲାରେ ଦଣ୍ଡାଦେଷ ଦେଇଛନ୍ତି।

ଗତ ୫ ତାରିଖ ଦିନ ଅଭିଯୋଗକାରିଣୀ ସମ୍ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଡ଼ କାଶ୍ମୀରା ରବୀନ ଜଜ ନିଜ ଡ୍ୟୁଟି ସାରି ସମ୍ ହସ୍ପିଟାଲକୁ ଚାଲି ଚାଲି ଯିବା ସମୟରେ ପୂର୍ବରୁ ତାଙ୍କୁ ଫଲୋ କରୁଥିବା ଦୁଇ ଆସାମୀ ଅଟକାଇ ଥିଲେ। ଜୋର ଜବରଦସ୍ତ ତାଙ୍କ ବେକରୁ ସୁନା ଚେନ ଲୁଟ କରି ଫେରାର ହୋଇ ଯାଇଥିଲେ। ଏହାପରେ ଡାକ୍ତର କାଶ୍ମୀରା ସଙ୍ଗେ ସଙ୍ଗେ ଭରତପୁର ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଆଧାର କରି ଆଇଆଇସି ଏକ ମାମଲା ରୁଜୁ କରି ଏସଆଇ ସୁବ୍ରତ କୁମାର ବେହୁରାଙ୍କୁ ମାମଲାଟିର ତଦନ୍ତ ଦାଇତ୍ୱ ଦେଇଥିଲେ।

ଏହି ମାମଲାରେ ମାନ୍ୟବର ଅଦାଲତ ୬ ଜଣ ସାକ୍ଷୀଙ୍କ ବୟାନ ଓ ୧୪ଟି ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ପ୍ରଦୀପ କୁମାର ଓ ବିକାଶ କୁମାରଙ୍କୁ ୨ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହିତ ୧୦୦୦ ଟଙ୍କା ଜୋରିମାନା ପ୍ରକାଶ କରିଛନ୍ତି। ପ୍ରକଶଥାଉକି ସହକାରୀ ପବ୍ଲିକ ପ୍ରସିକୁଟର ନିରଞ୍ଜନ ବେହେରା ନିଜ ଯୁକ୍ତି ମାଧ୍ୟମରେ ଆସାମୀ ମାନଙ୍କର କ୍ରିମିନାଲ ଆଣ୍ଟିସେଡେଣ୍ଟ ମାନ୍ୟବର ଅଦାଲତଙ୍କୁ ଅବଗତ କରାଇଥିଲେ। ତଦନ୍ତ ଅନୁଯାୟୀ ଉକ୍ତ ଆସାମୀମାନେ ଉତ୍ତରପ୍ରଦେଶ ଓ ବିହାରୀର ବାସିନ୍ଦା। ସେମାନେ ଓଡିଶାରେ ରହି ରାଜଧାନୀ ସହିତ ସାରା ରାଜ୍ୟରେ ଏହିଭଳି ୨୮ ଗୋଟି ସୁନା ଚେନ ଲୁଟ ମାମଲା ବିଭିନ୍ନ ଟ୍ରାଏଲ କୋର୍ଟରେ ଚାଲିଅଛି।

Comments are closed.