Latest Odisha News

BREAKING NEWS

ବାଲେଶ୍ୱରରେ କାର ଦୁର୍ଘଟଣାଗ୍ରସ୍ତ; ସୁନା ଅଳଙ୍କାର ସହ ୨.୪ ଲକ୍ଷ ନଗଦ ଟଙ୍କା ଜବତ

ବାଲେଶ୍ୱର: ବାଲେଶ୍ୱରର ଗୋପାଳପୁର ଥାନା ଅନ୍ତର୍ଗତ ଜୁନିଆ ବଜାରରେ ବୁଧବାର ବିଳମ୍ବିତ ରାତିରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି କାରରୁ ୨.୪ ଲକ୍ଷ ନଗଦ ଟଙ୍କା, ୪୬ ଗ୍ରାମ ସୁନା ଏବଂ ୨୦୯ ଗ୍ରାମ ରୂପା ପୋଲିସ ଜବତ କରିଛି।

ସୂଚନା ଅନୁଯାୟୀ, ମୋଟରସାଇକେଲରେ କିଛି ଯୁବକ ଉକ୍ତ କାରର ପିଛା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଡ୍ରାଇଭର ଘଟଣାସ୍ଥଳରୁ ପଳାଇ ଯାଇଥିବା ବେଳେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି।

ତେବେ ଗଣମାଧ୍ୟମକୁ ସୂଚନା ଦେଇ ଗୋପାଳପୁର ଆଇଆଇସି ଅଶୋକ ନାୟକ କହିଛନ୍ତି ଯେ ମେ ଦୁର୍ଘଟଣାର ପାରିପାର୍ଶ୍ୱିକ ପରିସ୍ଥିତି ଏବଂ ଜବତ ସାମଗ୍ରୀର ଉତ୍ସ ଯାଞ୍ଚ କରୁଛୁ।

 

Comments are closed.