ବ୍ରହ୍ମପୁର: ଗଞ୍ଜାମ ଜିଲାର ମନ୍ଦିରଗୁଡ଼ିକ ଉପରେ ବର୍ତ୍ତମାନ ଚୋରମାନଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ମନ୍ଦିରରୁ ଚୋରି ହେଉଛି। ହିଂଜିଳି ଥାନା ଅନ୍ତର୍ଗତ ସମରଝୋଳା ଗ୍ରାମର ମାଁ ଦଣ୍ଡକାଳୀଙ୍କ ମନ୍ଦିରରୁ ଗୁରୁବାର ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଛି। ତେବେ ପ୍ରମାଣ ନଷ୍ଟ କରିବା ପାଇଁ ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କକୁ ନେଇଯାଇଛନ୍ତି। ଖବର ପାଇ ହିଂଜିଳି ଥାନା ପୋଲିସ ପହଞ୍ଚି ତଦନ୍ତ କରିଛି।
ମନ୍ଦିରର କର୍ମକର୍ତାଙ୍କ କହିବାନୁଯାୟୀ, ସକାଳ ପ୍ରାୟ ୪ଟା ସମୟରେ ପୁଜକ ମନ୍ଦିର ଦ୍ୱାର ଖୋଲିବାକୁ ଆସିଲା ବେଳକୁ ଖୋଲା ଥିଲା। ଗାଁ ଲୋକଙ୍କୁ ଡକା ହୋଇଥିଲା। ମନ୍ଦିର ଭିତରେ ଦେଖିଲା ବେଳକୁ ମାଁଙ୍କ ମୂର୍ତ୍ତିରୁ ଦୁଇଟି ମଙ୍ଗଳସୂତ୍ର, ମୁକୁଟ ଏବଂ ଅନ୍ୟ ସୁନା ଅଳଙ୍କାର ଚୋରି ହୋଇଯାଇଛି। ଦାନ ହୁଣ୍ଡି ମଧ୍ୟ ଭଙ୍ଗା ଯାଇଛି। ମନ୍ଦିରରେ ୧୬ଟି ସିସିଟିଭି କ୍ୟାମେରା ଲାଗିଥିଲା। ତାହାର ଦୁଇଟି ହାର୍ଡଡିସ୍କକୁ ମଧ୍ୟ ଦୁର୍ବୃତ୍ତମାନେ ନେଇଯାଇଛନ୍ତି। ଟିଭି ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଭାଙ୍ଗି ଦେଇଛନ୍ତି। ଏନେଇ ଥାନାରେ ଅଭିଯେ।।ଗ ହୋଇଥିବା ସେମାନେ ପ୍ରକାଶ କରିଛନ୍ତି।
BREAKING NEWS
- Prayagraj Magh Mela: ଲାଗିଛି ଭକ୍ତଙ୍କ ଭିଡ଼…ମକର ସଂକ୍ରାନ୍ତି ସ୍ନାନ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ, ୧ କୋଟିରୁ ଅଧିକ ଭକ୍ତ ହୋଇପାରନ୍ତି ଏକାଠି…
- Lingaraj Temple: ମକରସଂକ୍ରାନ୍ତିରେ ଲିଙ୍ଗରାଜଙ୍କ ନୀତିକାନ୍ତି ନୀତିରେ ବିଭ୍ରାଟ, ଗତକାଲି ସନ୍ଧ୍ୟାରୁ ଉପବାସରେ ଠାକୁର
- ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାମ, ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ସରକାରଙ୍କ ଚିଠି
- ବେଙ୍ଗାଲୁରୁରୁ-ପ୍ୟାରିସ ବିମାନରେ ଯାନ୍ତ୍ରିକ ତ୍ରୁଟି, ହନ୍ତସନ୍ତ ଯାତ୍ରୀ
- SIR ପାଇଁ ଓଡିଶା ପ୍ରସ୍ତୁତ: ସୃଷ୍ଟି ହେଲା ୭ହଜାର ନୂଆ ବୁଥ୍
- ରାଜ୍ୟରେ ଗଠନ ହେଲା ଆଉ ଏକ ପୋଲିସ ଜିଲ୍ଲା
- ବାଣିଜ୍ୟ ଚୁକ୍ତିନାମା ନେଇ ଆମେରିକୀୟ ପ୍ରତିପକ୍ଷଙ୍କ ସହ କଥା ହେଲେ ଜୟଶଙ୍କର
- ଇରାନ ହିଂସାରେ ୨୦୦୦ ମୃତ
- କଳିଙ୍ଗ ଷ୍ଟାଡିୟମରେ ହେବ ସବଜୁନିୟର ନ୍ୟାସନାଲ ରଗବୀ ସେଭେନ୍ସ ଚାମ୍ପିୟନସିପ୍
- Makar Sankranti: ଆସନ୍ତାକାଲି ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
Comments are closed.