Latest Odisha News

BREAKING NEWS

ଗଛ ପଡ଼ି ଭାଙ୍ଗିଲା ଘର, ୫ ଆହତ ମେଡିଭାଲରେ ଭର୍ତ୍ତି

ରାୟଗଡ଼ା: ଗଛ ପଡ଼ି ଘର ଭାଙ୍ଗିବାରୁ ୫ ଜଣ ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ଗରଡ଼ମା ପଞ୍ଚାୟତ ଗରଡ଼ମା ଗାଁରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଏକ ଗଛ ପଡିବାରୁ ଗରଡ଼ମା ଗାଁରେ ୪ଟି ଘର ଭାଙ୍ଗିବା ସହ ପାଞ୍ଚ ଜଣ ଆହତ ହୋଇ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଚନ୍ଦ୍ରପୁର ଅଗ୍ନିଶ୍ରମ ବିଭାଗ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲ ଆଣିଥିଲା । ୧୩ ବର୍ଷର ବାଳିକା ମୁଣ୍ଡରେ ଆଘାତ ଲାଗିଛି l ଗରଡ଼ମା ଅଞ୍ଚଳ ଗଜପତି ଜିଲ୍ଲାର ହୋଇଥିଲେ ମଧ୍ୟ ଲୋକେ ସବୁ କାର୍ଯ୍ୟ ପାଇଁ ରାୟଗଡ଼ା ଜିଲ୍ଲା ଉପରେ ନିର୍ଭର କରିଥାନ୍ତି ।

Leave A Reply

Your email address will not be published.