ବ୍ରହ୍ମପୁର: ଗଞ୍ଜାମ ଜିଲାର ମନ୍ଦିରଗୁଡ଼ିକ ଉପରେ ବର୍ତ୍ତମାନ ଚୋରମାନଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ମନ୍ଦିରରୁ ଚୋରି ହେଉଛି। ହିଂଜିଳି ଥାନା ଅନ୍ତର୍ଗତ ସମରଝୋଳା ଗ୍ରାମର ମାଁ ଦଣ୍ଡକାଳୀଙ୍କ ମନ୍ଦିରରୁ ଗୁରୁବାର ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଛି। ତେବେ ପ୍ରମାଣ ନଷ୍ଟ କରିବା ପାଇଁ ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କକୁ ନେଇଯାଇଛନ୍ତି। ଖବର ପାଇ ହିଂଜିଳି ଥାନା ପୋଲିସ ପହଞ୍ଚି ତଦନ୍ତ କରିଛି।
ମନ୍ଦିରର କର୍ମକର୍ତାଙ୍କ କହିବାନୁଯାୟୀ, ସକାଳ ପ୍ରାୟ ୪ଟା ସମୟରେ ପୁଜକ ମନ୍ଦିର ଦ୍ୱାର ଖୋଲିବାକୁ ଆସିଲା ବେଳକୁ ଖୋଲା ଥିଲା। ଗାଁ ଲୋକଙ୍କୁ ଡକା ହୋଇଥିଲା। ମନ୍ଦିର ଭିତରେ ଦେଖିଲା ବେଳକୁ ମାଁଙ୍କ ମୂର୍ତ୍ତିରୁ ଦୁଇଟି ମଙ୍ଗଳସୂତ୍ର, ମୁକୁଟ ଏବଂ ଅନ୍ୟ ସୁନା ଅଳଙ୍କାର ଚୋରି ହୋଇଯାଇଛି। ଦାନ ହୁଣ୍ଡି ମଧ୍ୟ ଭଙ୍ଗା ଯାଇଛି। ମନ୍ଦିରରେ ୧୬ଟି ସିସିଟିଭି କ୍ୟାମେରା ଲାଗିଥିଲା। ତାହାର ଦୁଇଟି ହାର୍ଡଡିସ୍କକୁ ମଧ୍ୟ ଦୁର୍ବୃତ୍ତମାନେ ନେଇଯାଇଛନ୍ତି। ଟିଭି ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଭାଙ୍ଗି ଦେଇଛନ୍ତି। ଏନେଇ ଥାନାରେ ଅଭିଯେ।।ଗ ହୋଇଥିବା ସେମାନେ ପ୍ରକାଶ କରିଛନ୍ତି।
BREAKING NEWS
- ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି

Comments are closed.