Latest Odisha News

BREAKING NEWS

Temple Theft: ମନ୍ଦିରରୁ ୭ ଲକ୍ଷର ସୁନାଗହଣା ପୋଛିନେଲେ ଦୁର୍ବୃତ୍ତ

ବାଲେଶ୍ବର:ଲୁଟେରାଙ୍କ ନଜରରେ ମନ୍ଦିର । ରାଜ୍ୟରେ ଗୋଟିଏ ପରେ ଗୋଟିଏ ମନ୍ଦିରର ଲୁଟ୍ ଘଟଣା ସାମ୍ନାକୁ ଆସୁଛି । ବାଲେଶ୍ଵର ସଦର ଥାନା ଗୋପିନାଥପୁର ପଞ୍ଚାୟତ ନିଳଦା ଗାଁ ସ୍ଥିତ ସର୍ବ ମଙ୍ଗଳା ମନ୍ଦିରରେ ଲୁଟ ହୋଇଥିବା ସୂଚନା ରହିଛି । ମନ୍ଦିରର ଦାନବାକ୍ସ ଭାଙ୍ଗି ଟଙ୍କା ନେବା ସହ ସୁନା ରୂପା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ତେବେ ପ୍ରାୟ ୭ ଲକ୍ଷ ଅଧିକ ଟଙ୍କାର ଅଳଙ୍କାର ଲୁଟ ହୋଇଥିବା ଜଣା ପଡିଛି ।

ସୂଚନାଥାଉକି, ମନ୍ଦିର ବାହାରେ ଦାନବାକ୍ସ ପଡିଥିବା ଦେଖି ସ୍ଥାନୀୟ ଲୋକ ମନ୍ଦିର ଲୁଟ ନେଇ ଥାନାରେ ଅଭିଯୋଗ କରିଥିଲେ ।

ମନ୍ଦିର ପରିସରରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଥିବା ବେଳେ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ତଦନ୍ତକୁ ଜୋରଦାର କରିଛି । ଏପଟେ ସ୍ଥାନୀୟ ବାସିନ୍ଦା ମନ୍ଦିରଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଦାବି କରିଛନ୍ତି ।

Comments are closed.