ଭୁବନେଶ୍ବର: ଏବେ ଗ୍ରାହକଙ୍କୁ ଛାନିଆ କରିଛି ସୁନା । ଦର ଶୁଣିଲେ ହୋସ୍ ଉଡିଯାଉଛି । ଆଉ ମଧ୍ୟବିତ୍ତଏବଂ ଗରିବଙ୍କ ପାଇଁ ତ ଏବେ ସାତ ସପନ ସାଜିବାକୁ ବସିଲାଣି ସୁନା । ବିଗତ କିଛି ଦିନ ହେବ ସୁନା ଦରରେ ବେଶ୍ ହ୍ରାସ ପରିଲକ୍ଷିତ ହୋଇଥିବା ବେଳେ, ଏହା ଗ୍ରାହକଙ୍କୁ ଟିକିଏ ଆଶ୍ବସ୍ତି ଦେଇଥିଲା । କିନ୍ତୁ ଏବେ ପୁଣି ଉପରମୁହାଁ ହଳଦିଆ ଧାତୁ । ଏବେ ଲକ୍ଷେ ମୁହାଁ ଧାଇଁଛି ।
ଆଜି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୧୦୦ଟଙ୍କା ବୃଦ୍ଧି ପାଇଥିବା ବେଳେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୨୦୦ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୧୦୦ ବୃଦ୍ଧି ପାଇଛି । ୨୪ କ୍ୟାରେଟ୍ ସୁନା ୧୨୦୦ଟଙ୍କା ବୃଦ୍ଧି ପାଇଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୩,୯୩୦ ଟଙ୍କା ରହିଥିବା ବେଳେ ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୧୨୦୦ ଟଙ୍କା ବୃଦ୍ଧି ହୋଇ ୯୫. ୧୩୦ ଟଙ୍କା ହୋଇଛି। ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୧୧୦୦ଟଙ୍କା ବୃଦ୍ଧି ପାଇ ୮୬,୧୦୦ ଟଙ୍କାରୁ ୮୭,୨୦୦ଟଙ୍କା ହୋଇଛି।
ସେହିପରି ଗତକାଲି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୩,୯୩୦ ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର୧୨୦୦ ଟଙ୍କା ବୃଦ୍ଧି ପାଇ ୯୫. ୧୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୧୧୦୦ଟଙ୍କା ବୃଦ୍ଧି ପାଇ ୮୭,୨୦୦ ଟଙ୍କା ହୋଇଛି।
Comments are closed.