Latest Odisha News

BREAKING NEWS

ପୁଣି ୨୭୦୦ କମିଲା ସୁନା ଦର, ଖୁବ୍ ଶୀଘ୍ର ଛୁଇଁବ ୫୫ ହଜାର

ଭୁବନେଶ୍ଵର: ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଛି। ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର। ବିଗତ କିଛି ମାସ ହେବ ଦେଶରେ ହୁ ହୁ ହୋଇ ବଢ଼ୁଥବା ସୁନା ଦରରେ ଏବେ ଲାଗିଛି ବ୍ରେକ୍‌। ଘରୋଇ ବଜାରରେ ମାତ୍ର ଦୁଇ ଦିନରେ ସୁନା ମୂଲ୍ୟ ୨୭୦୦ ଟଙ୍କାରୁ ଅଧିକ ହ୍ରାସ ଘଟିଛି। ପୂର୍ବରୁ ୧୦ ଗ୍ରାମ ପିଛା ସୁନା ଦର ୧ ଲକ୍ଷ ଟଙ୍କା ଟପିବା ନେଇ ଆକଳନ କରାଯାଉଥିବା ବେଳେ ଏବେ ଦର ହଠାତ୍‌ ହ୍ରାସ ହୋଇଛି ।

ବର୍ଦ୍ଧିତ ସୁନା ଓ ରୂପା ଦରରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଦୁଇ ଦିନରେ ୨୭୦୦ ଟଙ୍କା ଶସ୍ତା ହୋଇଛି ସୁନା । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୮୦ ଟଙ୍କା ହ୍ରାସ ପାଇବା ସହ ୯୦,୬୬୦ ଟଙ୍କା ରହିଥିଲା । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୯୦୦ ଟଙ୍କା ହ୍ରାସ ଘଟି ୮୩,୧୦୦ ଟଙ୍କା ରହିଥିଲା । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୮,୩୧୦ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୬୬,୪୮୦ ଟଙ୍କା ରହିଛି । ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୯,୦୬୬ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୭୨,୫୨୮ ଟଙ୍କା ରହିଛି ।

ଆମେରିକାର ପ୍ରଖ୍ୟାତ ଆର୍ଥିକ ବିଶ୍ଳେଷଣ ସଂସ୍ଥା ମର୍ଣ୍ଣିଂଷ୍ଟାରର ରଣନୀତିଜ୍ଞ ଜନ୍ ମିଲ୍ସ ଦାବି କରିଛନ୍ତି ଯେ ସୁନାର ମୂଲ୍ୟ ଖୁବ ଶୀଘ୍ର ତଳକୁ ଖସିବ ଏବଂ ଏହାର ଦର ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୫୫ ହଜାର ଟଙ୍କା ହୋଇଯିବ। ଏହି ଆକଳନ ଅନୁଯାୟୀ, ବିଶ୍ୱ ବଜାରରେ ସୁନାର ମୂଲ୍ୟ $3,080 ପ୍ରତି ଆଉନ୍ସରୁ $1,820 ପ୍ରତି ଆଉନ୍ସକୁ ହ୍ରାସ ପାଇବ। ଏହାର କାରଣ ହେଲା ଆମେରିକୀୟ ଅର୍ଥନୀତିରେ ସ୍ଥିରତା, ଡଲାରର ମୂଲ୍ୟରେ ସମ୍ଭାବ୍ୟ ବୃଦ୍ଧି ଏବଂ ବିଶ୍ୱସ୍ତରୀୟ ଅର୍ଥନୈତିକ ଅନିଶ୍ଚିତତାରେ କମି ଆସିବାକୁ ଦର୍ଶାଇଛନ୍ତି।

ଚଳିତ ବର୍ଷ ସୁନା ମୂଲ୍ୟରେ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ଘଟିଛି। ତାହା ସ୍ପଟ୍ ମାର୍କେଟ୍ ହେଉ କିମ୍ବା ଫ୍ୟୁଚର୍ସ ମାର୍କେଟ୍। ନିବେଶକମାନଙ୍କୁ ଟଙ୍କା ରୋଜଗାର କରିବାରେ ସୁନା କୌଣସି କସରତ ଛାଡ଼ି ନାହିଁ। ତଥାପି, ଗ୍ରାହକଙ୍କ ଉପରେ ଚାପ ଏବେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି। ତଥାପି, ଜଣେ ଆମେରିକୀୟ ବିଶ୍ଳେଷକ ତୀବ୍ର ହ୍ରାସର ପୂର୍ବାନୁମାନ କରିଛନ୍ତି। ଆମେରିକାର ମର୍ଣ୍ଣିଂଷ୍ଟାରର ବିଶ୍ଳେଷକମାନେ ଆଗାମୀ କିଛି ବର୍ଷ ମଧ୍ୟରେ ୩୮ ପ୍ରତିଶତ ହ୍ରାସ ପାଇବାର ପୂର୍ବାନୁମାନ କରିଛନ୍ତି।

 

Comments are closed.