Latest Odisha News

BREAKING NEWS

ଭାଙ୍ଗିଲା ସବୁ ରେକର୍ଡ: ୯୫ ହଜାର ଡେଇଁଲା ସୁନା ଦର

ଭୁବନେଶ୍ବର: ପୁଣି ସୁନା ବଜାରରେ ନିଆଁ  । ୯୫ ହଜାର ଟପିଲା ସୁନା ଦର । ଗତ ଦିନ ମାନଙ୍କରେ ସିଧା ୫ ହଜାର ଟଙ୍କା ଡେଇଁଛି ସୁନା ଦର  । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୫,୪୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୭,୪୫୦ ଟଙ୍କାରେ ବିକ୍ରି ହେଉଛି । ଗତ ୩ ଦିନରେ ମହଙ୍ଗା ହେଲାଣି ୫ ହଜାରରୁ ଅଧିକ ଟଙ୍କା । ସୁନାର ଦରରେ ଏପରି ବୃଦ୍ଧି, ଆସନ୍ତା ଦିନରେ ଏହା ଲକ୍ଷେ ଛୁଇଁବା ନେଇ ଆଶଙ୍କା ସୃଷ୍ଟି କରିଛି ।

ତେବେ ଗତକାଲି ଅପେକ୍ଷା ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୨,୦୨୦ ଟଙ୍କା ବୃଦ୍ଧି ପାଇ ୯୫ ହଜାର ୪୦୦ ଟଙ୍କାରେ ପହଞ୍ଚି ସର୍ବକାଳୀନ ରେକର୍ଡ କରିଛି । ସେହିପରି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧,୮୫୦ ଟଙ୍କା ବୃଦ୍ଧି ପାଇ ୮୭ ହଜାର ୪୫୦ ଟଙ୍କା ଛୁଇଁଛି । ଯାହା ଏପର୍ଯ୍ୟନ୍ତର ସର୍ବାକାଳୀନ ରେକର୍ଡ ।

ଗତକାଲି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୫ ହଜାର ୬୦୦ ରହିଥିଲା । ୨୪ କ୍ୟାରେଟ୍ ସୁନା ୯୩,୩୮୦ ଟଙ୍କା ରହିଥିଲା । ହେଲେ ୩ ଦିନ ହେଲା ଲଗାତାର ଦାମ୍ ବଢିବା ସହ ଲକ୍ଷେ ମୁହାଁ ହୋଇଛି ଏହି ସୁନା ଦର । ୨୪ କ୍ୟାରେଟ୍ ସୁନା ୯୫ ହଜାର ଟଙ୍କା ଅତିକ୍ରମ କରିଛି । ସେହିପରି ରୁପା କିଲୋ ୧ ଲକ୍ଷ ୮ ହଜାର ଟଙ୍କା ରହିଛି ।

ତେବେ ଅନ୍ତର୍ଜାତୀୟ ବଜାରରେ ସୁନା ଦରରେ ବୃଦ୍ଧି ଯୋଗୁଁ, ଭାରତ ବଜାରରେ ମଧ୍ୟ ଏହାର ପ୍ରଭାବ ପଡୁଛି । ସେପଟେ ଟାରିଫକୁ ନେଇ ଟ୍ରମ୍ପଙ୍କ ନୀତି ଉପରେ ବି ପ୍ରଭାବିତ ହେଉଛି ଅନ୍ତର୍ଜାଜୀୟ ବଜାର ଏବଂ ଷ୍ଟକ୍ ମାର୍କେଟ । ଯାହାକୁ ନେଇ ନିବେଶକମାନେ ସୁନାରେ ବେଶୀ ଇନଭେଷ୍ଟ କରିବାକୁ ମନ ବଳାଉଛନ୍ତି । ଫଳରେ ବୃଦ୍ଧି ପାଉଛି ସୁନା ଦର ।

Comments are closed.