Latest Odisha News

BREAKING NEWS

ସୁନା ସ୍ମଗଲିଂର ନୂଆ ତରିକା, ଗୋଲ୍ଡ ପୋଷ୍ଟ !

ତାମିଲନାଡୁ: କେତେବେଳେ ନକଲି ଚୁଟି ମଧ୍ୟରେ, ତ କେତେବେଳେ ମଳଦ୍ୱାରରେ ଲୁଚାଇ ସୁନା ତସ୍କରି ଖବର ଆପଣ ନିଶ୍ଚୟ ପଢିଥିବେ । ହେଲେ ସିଲ୍ ପ୍ୟାକ୍ ଭ୍ୟାସଲିନ୍ କିମ୍ବା ହେୟାର ଜେଲ୍ ଟ୍ୟୁବ୍ ଭିତରେ ସୁନା ସ୍ମଗଲିଂ ବିଷୟରେ ବୋଧ ହୁଏ ଆପଣ ଜାଣିନଥିବେ । ଏମିତି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଚେନ୍ନାଇ ସହର ।

ଚେନ୍ନାଇର କଷ୍ଟମ୍ ଅଧିକାରୀମାନେ ସୋମବାର ଏକ ଅଭିନବ ସୁନା ତସ୍କରି ତରିକାର ପର୍ଦ୍ଦାଫାସ୍ କରିଥିଲେ । ଦୁଇଟି ପର୍ଯ୍ୟାୟରେ ବ୍ରାଣ୍ଡେଡ ପେଟ୍ରୋଲିୟମ ଜେଲି ଓ ହେୟାର ଜେଲ ଟ୍ୟୁବ୍ ମଧ୍ୟରୁ ଠାବ ହୋଇଥିଲା ୬୩୫ ଗ୍ରାମ ସୁନା । ଯାହାର ଆନୁମାନିକ ମୂଲ୍ୟ ୩୩.୩ ଲକ୍ଷ ଟଙ୍କା ବୋଲି ଜଣାପଡିଛି ।

ଭାରତରେ ପ୍ରଥମ ଥର ପାଇଁ ଠାବ ହେଲା ସୁନା ପେଷ୍ଟ ।

ପ୍ରଥମ ମାମଲାରେ ଜିଙ୍କା ସୁଧାକର ନାମକ ଜଣେ ବ୍ୟକ୍ତି କୁୱେତରୁ ଫ୍ଲାଇଟ୍ ଯୋଗେ ସୁନା ଆଣୁଥିବା ଗୁଇନ୍ଦା ସୁତ୍ରରୁ ଜଣାପଡିଥିଲା । ଉକ୍ତ ବ୍ୟକ୍ତିଙ୍କର ଲଗେଜ୍ ଯାଂଚ କରିବା ପରେ ଦୁଇଟ ଛୋଟ ପ୍ଲାଷ୍ଟିକ୍ ଡବାରୁ (ଭ୍ୟାସଲିନ୍‌) ୧୯.୧୪ ଲକ୍ଷ ଟଙ୍କାର ୩୬୫ ଗ୍ରାମ ସୁନା ଜବତ କରାଯାଇଥିଲା ।

ଦ୍ୱିତୀୟ ମାମଲାରେ ଥମିମମ୍ ଅନସାରୀ ନାମକ ଜଣେ ବ୍ୟକ୍ତି ଦୁବାଇରୁ ଆସି ପହଂଚିବା ପରେ ତାଙ୍କ ଆସବାବପତ୍ରର ଯାଂଚ କରାଯାଇଥିଲା । ଖୋଳତାଡରେ ତାଙ୍କ ବ୍ୟାଗରୁ ମିଳିଥିଲା ୯ଟି ହେୟାର ଜେଲ୍ ଟ୍ୟୁବ୍ । ତେବେ ଟ୍ୟୁବଗୁଡିକର ଅତ୍ୟଧିକ ଓଜନ ଥିବାରୁ କଷ୍ଟମ୍ ଅଧିକାରୀଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ତାକୁ କାଟିବା ପରେ ସେଥିରୁ ସୁନାର ପେଷ୍ଟ ଥିବା ଜଣାପଡିଥିଲା । ଜବତ ହୋଇଥିବା ୨୭୦ ଗ୍ରାମ ସୁନା ପେଷ୍ଟର ମୂଲ୍ୟ ୧୪.୧୬ ଲକ୍ଷ ଟଙ୍କା ଥିବା ଜଣାପଡିଛି ।

 

Leave A Reply

Your email address will not be published.