ଭୁବନେଶ୍ୱର : ଗୋଲଡେନ ବାବାର ଅଡି କାର୍କୁ ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭୁବନେଶ୍ୱର ସିଆରପି ଛକରୁ ଗାଡ଼ି ଜବତ କରାଯାଇଛି । ଇଡି କବଳରୁ ଖସିଗଲେ ଗୋଲଡେନ୍ ବାବା ।
ସୂଚନା ଅନୁଯାୟୀ, ଗତ ୨୦୨୦ ମସିହାରେ ସାଢ଼େ ୫ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟୋତି ରଂଜନ ବେହୁରା ଓରଫ ଗୋଲଡେନ ବାବାକୁ ଗିରଫ କରାଯାଇଥିଲା । ସେ କିନ୍ତୁ ଜାମିନ୍ରେ ଆସି ଫେରାର ହୋଇଯାଇଥିଲା । ଏହି ମାମଲାର ଖୋଳତାଡ଼ କରୁଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ସିଆରପି ଛକରୁ ଗାଡ଼ି ଜବତ କରାଯାଇଥିବା ବେଳେ ଜ୍ୟୋତି ରଞ୍ଜନ ବେହୁରା ଫେରାର୍ ହୋଇଯାଇଛି । ଏହି ଅଡି ଗାଡିର ଦାମ ୨୮ ଲକ୍ଷ ଟଙ୍କା । ପୂର୍ବରୁ ଗୋଲଡେନ ବାବା ପାଖରୁ ୫୨ ଲକ୍ଷ ଟଙ୍କା ସିଜ କରିଥିଲା ଇଡି।
Comments are closed.