Latest Odisha News

BREAKING NEWS

ବଜାରକୁ ଆସିଲା ସୁନା, ରୂପାରେ ତିଆରି ମାସ୍କ

କୋଏମ୍ବଟୁର: କରୋନା କାଳରେ ସବୁଠାରୁ ଅଧିକ ଚାହିଦା ରହିଛି ମାସ୍କର । ଏହାକୁ ବିଭିନ୍ନ ଶୈଳୀରେ ପ୍ରସ୍ତୁତ କରାଯାଉଛି । କେତେକ ବ୍ୟକ୍ତିବିଶେଷ ସୁନାର ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । ଏହାକୁ ଦେଖି କୋଏମ୍ବଟରରେ ଜଣେ ଗହଣା ଦୋକାନୀ ସୁନା ଓ ରୂପାର ମାସ୍କ ବିକ୍ରି କରିବା ଆରମ୍ଭ କରିଛନ୍ତି । ରାଧାକୃଷ୍ଣ ସୁନ୍ଦରମ ଆଚାର୍ଯ୍ୟ ନାମକ ଏହି ବ୍ୟବସାୟୀ ଦିନ ରାତି ପରିଶ୍ରମ କରି ମାସ୍କ ପ୍ରସ୍ତୁତ କରୁଛନ୍ତି ।

ତାଙ୍କ ଦୋକାନରେ ବିକ୍ରି ହେଉଥିବା ସୁନା ମାସ୍କର ମୂଲ୍ୟ ୨.୭୫ ଲକ୍ଷ ରହିଛି । ଏଥିରେ ୧୮ କ୍ୟାରେଟ ସୁନା ବ୍ୟବହୃତ ହୋଇଛି । ସେହିପରି ରୂପା ମାସ୍କର ମୂଲ୍ୟ ୧୫ ହଜାର ଟଙ୍କା ରହିଛି । ଏହାର ଚାହିଦା ବଢ଼ିବାରୁ ଲୋକମାନଙ୍କ ନିକଟରୁ ଅଗ୍ରୀମ ନେଇ ଏହାକୁ ପ୍ରସ୍ତୁତ କରୁଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.