Latest Odisha News

ଗୁଡ୍ ଫ୍ରାଇଡ଼େ: କାହିଁକି ଓ କିପରି ଏହା ନାମିତ ହେଲା !

ଭୁବନେଶ୍ୱର: ଅସହ୍ୟ ଯନ୍ତ୍ରଣା ଓ କଷ୍ଟକୁ ହସି ହସି ସହିନେଇ ନିଜ ପ୍ରାଣକୁ ବିସର୍ଜନ କରିଥିଲେ ପ୍ରଭୁ ଯୀଶୁ । କ୍ଷମା ପରି ମହାନ ଗୁଣର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ପ୍ରଭୁ ଯୀଶୁ । ନିଜ ଶରୀରର ବିଭିନ୍ନ ସ୍ଥାନରେ କଣ୍ଟାର ଯନ୍ତ୍ରଣା ନେବା ପରେ କ୍ରୁଶବିଦ୍ଧ ହୋଇଥିଲେ ଯୀଶୁ । ତାଙ୍କୁ ଯନ୍ତ୍ରଣା ଦେଇଥିବା ସମସ୍ତ ପାପୀମାନଙ୍କୁ ସେ କ୍ଷମା କରିଦେଇଥିଲେ । ବାଇବେଲ୍ ଅନୁଯାୟୀ ଗୁଡ୍ ଫ୍ରାଇଡ଼େ ଅର୍ଥାତ୍ ପବିତ୍ର ଶୁକ୍ରବାର । ଯେହେତୁ ଈଶ୍ୱରଙ୍କ ଆଦେଶ ଅନୁସାରେ ତାଙ୍କର ପୁତ୍ର ଏପରି ଯନ୍ତ୍ରଣାକୁ ନିଜର ଶରୀରରେ ସହ୍ୟ କରିନେଇଥିଲେ ତେଣୁ ସେହି କାର୍ଯ୍ୟ ଥିଲା ପବିତ୍ର ।

ଏହା ବ୍ୟତୀତ ଈଶ୍ୱରଙ୍କ ଶୁକ୍ରବାର ବୋଲି ମଧ୍ୟ କେହି କେହି ଏହି ପବିତ୍ର ଦିନଟିକୁ ଅଭିହିତ କରିଥାଆନ୍ତି ।

ସମସ୍ତ ମଣିଷମାନଙ୍କୁ ପ୍ରଭୁ ଯୀଶୁ ହୃଦୟଦେଇ ଭଲ ପାଉଥିଲେ । ଯେହେତୁ ସେ ଈଶ୍ୱରଙ୍କ ଦୂତ ବା ପୁତ୍ର ତେଣୁ ସେ ପାପୀମାନଙ୍କର ସମସ୍ତ ପାପକୁ କ୍ଷମା କରିଦେଇଥିଲେ ଏବଂ ନିଜେ ଯନ୍ତ୍ରଣାକୁ ଆଦରି ନେଇଥିଲେ । ତେଣୁ ଏହା ପବିତ୍ର କାର୍ଯ୍ୟ । ଏହି ପରିପ୍ରେକ୍ଷୀରେ ଏହାକୁ ଗୁଡ୍ ଫ୍ରାଇଡ଼େ ବୋଲି ମଧ୍ୟ କେହି କେହି କହିଥାଆନ୍ତି ।

ଯେହେତୁ ଭଲ କାର୍ଯ୍ୟ ମଧ୍ୟରେ ଈଶ୍ୱର ସତ୍ତା ଲୁଚି ରହିଥାଏ ସେହିପରି ଏପରି ଏକ ଉତ୍ସର୍ଗୀକୃତ ତଥା ପାପୀମାନଙ୍କୁ ମଧ୍ୟ ଦୟା ପୂର୍ବକ କ୍ଷମା କରିଦେଇଥିବା ଯୋଗୁଁ ପ୍ରଭୁ ଯୀଶୁ ଓ ତାଙ୍କର ମହତ କାର୍ଯ୍ୟକୁ ଗୁଡ୍ ବୋଲି ମଧ୍ୟ ଅଭିହିତ କରାଯାଇଥାଏ ।

Leave A Reply

Your email address will not be published.