Latest Odisha News

ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ

ନୂଆଦିଲ୍ଲୀ: ଅର୍ଦ୍ଧସାମରିକ ବାହିନୀରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ ମିଳିବ। ଏହାକୁ ନେଇ ସିଆଇଏସଏଫ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା କୁହାଯାଉଛି।

ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଅଗ୍ନିବୀରଙ୍କୁ ମଧ୍ୟ କେନ୍ଦ୍ରୀୟ ପୋଲିସ ଫୋର୍ସରେ ଚାକିରି ମିଳିବ।

ସରକାର ୧୪ ଜୁନ୍ ୨୦୨୨ରେ ଅଗ୍ନିପଥ ଯୋଜନା ଆଣିଥିଲେ । ଏହା ଅନୁସାରେ ସାଢ଼େ ୧୭ରୁ ୨୧ ବର୍ଷ ବୟସର ଯୁବକମାନଙ୍କୁ ୪ ବର୍ଷ ପାଇଁ ସଶସ୍ତ୍ର ବାହିନୀରେ ନିଯୁକ୍ତି ଦିଆଯାଉଛି ।

 

Comments are closed.