ବରଗଡ: ପୁଣି ଲଇନଚ୍ୟୁତ ହେଲା ଟ୍ରେନ । ବାହାନଗା ଭୟଙ୍କର ଦୁର୍ଘଟଣା ପରେ ବରଗଡରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ବରଗଡର ସମ୍ବରଧରା ନିକଟରେ ଏହାର ୫ ଟି ବଗି ଓଲଟିପଡିଛି । ଡୁଙ୍ଗୁରି ଚୁନପଥର ଖଣିରୁ ସିମେଣ୍ଟ କାରଖାନାକୁ ଯାଉଥିବାବେଳେ ବରଗଡରେ ଲାଇନଚ୍ୟୁତ ହୋଇଯାଇଛି ଏହି ମାଲବାହୀ ଟ୍ରେନ । ଏଥିରେ କେହି ଆହତ ହୋଇନଥିବା ସୂଚନା ରହିଛି ।
ସୂଚନାରୁ ଜଣାଯାଇଛି ଯେ, ଏହି ମାଲବାହୀ ଟ୍ରେନ ଏକ ଘରୋଇ କମ୍ପାନୀର । ଦୁର୍ଘଟଣା ପରେ ସଂପୃକ୍ତ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି, ଏହ ସମ୍ପୂର୍ଣ୍ଣ ଭାବେ ଏକ ଘରୋଇ କମ୍ପାନୀର ଏକ ନ୍ୟରୋଗଜ ଲାଇ । ଏହାର ସମସ୍ତ ଉପକରଣ ଅର୍ଥାତ ଇଞ୍ଜିନ, ୱାଗନ, ଟ୍ରେନ ଟ୍ରାକ (ନ୍ୟାରୋଗଜ) କମ୍ପାନୀ ଦ୍ୱାରା ପରିଚାଳିତ । ଭାରତୀୟ ରେଳ ବିଭାଗ ସହ ଏହାର କୌଣସି ସମ୍ପର୍କ ନାହିଁ ।
#WATCH | Some wagons of a goods train operated by a private cement factory derailed inside the factory premises near Mendhapali of Bargarh district in Odisha. There is no role of Railways in this matter: East Coast Railway pic.twitter.com/x6pJ3H9DRC
— ANI (@ANI) June 5, 2023
Comments are closed.