ଭୁବନେଶ୍ୱର: ବିଜୟନଗରମ ସିଗନେଚର ବ୍ରିଜରେ ଶୁକ୍ରବାର ଦିନ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ପାଞ୍ଚଟି ୱାଗନ୍ ଟ୍ରାକରୁ ଖସି ପଡ଼ିଛି।
ପୂର୍ବତଟ ରେଳବାଇ ଏକ ବିଜ୍ଞପ୍ତିରେ ଅନୁସାରେ, ୱାଲ୍ଟେୟାର ଡିଭିଜନ ଅନ୍ତର୍ଗତ ବିଜୟନଗରମ ରେଳ ଷ୍ଟେସନ ୟାର୍ଡରେ ଏହି ଦୁର୍ଘଟଣା ଘଟିଥିଲା। ଯାହା ଫଳରେ ବନ୍ଦେ ଭାରତ ଏବଂ ପ୍ରଶାନ୍ତି ଏକ୍ସପ୍ରେସ ସମେତ ଅନେକ ଟ୍ରେନ୍ ବିଳମ୍ବରେ ଯାତ୍ରା କରିଥିଲା। ତେବେ ଜାଣନ୍ତୁ କେଉଁ ସବୁ ଟ୍ରେନ ବିଳମ୍ବରେ ଚାଲୁଛି…
୧. ୨୦୮୪୧ (ଭୁବନେଶ୍ୱର-ବିଶାଖାପାଟନମ୍) ବନ୍ଦେ ଭାରତ ଏକ୍ସପ୍ରେସ୍
୨. ୧୨୮୬୩ (ହାୱଡା-ଏସଏମଭିଟି ବାଙ୍ଗାଲୋର) ଏକ୍ସପ୍ରେସ୍
୩. ୧୮୪୬୩ (ଭୁବନେଶ୍ୱର-କେଏସଆର ବାଙ୍ଗାଲୋର) ପ୍ରଶାନ୍ତି ଏକ୍ସପ୍ରେସ୍
୪. ୧୮୦୪୭ (ଶାଲିମାର-ଭାସ୍କୋ-ଡା-ଗାମା) ଏକ୍ସପ୍ରେସ୍
୫. ୧୮୧୧୭ (ରାଉରକେଲା-ଗୁଣୁପୁର) ରାଜ୍ୟରାଣୀ ଏକ୍ସପ୍ରେସ୍
୬. ୨୨୬୪୪ (ପାଟନା-ଏର୍ଣ୍ଣାକୁଲମ୍) ଏକ୍ସପ୍ରେସ୍
୭. ୧୨୮୩୯ (ହାଓଡ଼ା-ଚେନ୍ନାଇ) ମେଲ୍ ଏକ୍ସପୋ
୮. ୨୨୮୧୯ (ଭୁବନେଶ୍ୱର ନ୍ୟୁ-ବିଶାଖାପାଟନମ୍) ଇଣ୍ଟରସିଟି ଏକ୍ସପୋ
୯. ୧୭୦୧୫ (ଭୁବନେଶ୍ୱର ନ୍ୟୁ-ସିକନ୍ଦରାବାଦ) ବିଶାଖା ଏକ୍ସପୋ
ଅପରପକ୍ଷରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଶୀଘ୍ର ସେକ୍ସନରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରାଯାଉଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।
Comments are closed.