Latest Odisha News

ସମ୍ବଲପୁରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ସରଲା ନିକଟରେ ମଙ୍ଗଳବାର ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଅପରାହ୍ନ ୨ଟା ୨୬ ସମୟରେ ମାଲବାହୀ ଟ୍ରେନ୍ ର ଗୋଟିଏ ୱାଗନ ଲାଇନଚ୍ୟୁତ ହୋଇଛି। ମରାମତି କାର୍ଯ୍ୟ ଚାଲୁଥିବା ବେଳେ ଏହି ଅଘଟଣ ଘଟିଛି।

ତେବେ ଏହି ମାର୍ଗରେ ଟ୍ରେନ୍ ସେବା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷେ ଏହି ଘଟଣା ଯୋଗୁଁ କାହାରି କିଛି କ୍ଷୟକ୍ଷତି ହୋଇନାହିଁ ବୋଲି ସୂତ୍ରରୁ ପ୍ରକାଶ।

 

 

Comments are closed.